ଦେଶ

‘ପ୍ରେସିଡେଣ୍ଟ ଅଫ୍ ଭାରତ’: ଜି୨୦ ନୈଶଭୋଜି ନିମନ୍ତ୍ରଣକୁ ନେଇ ବିବାଦ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜି୨୦ର ବିଦେଶୀ ନେତା ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ନୈଶଭୋଜି ପାଇଁ ନିମନ୍ତ୍ରଣ କରିଥିବା ବେଳେ ଏହି ନିମନ୍ତ୍ରଣପତ୍ରରେ ସେ ନିଜକୁ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ବୋଲି ଲେଖିଛନ୍ତି। ଏହା ପରେ ଦେଶର ସମ୍ଭାବ୍ୟ ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ତଥା ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ସରକାରୀ ଚିଠିରେ ପ୍ରଥମ ଥର ପାଇଁ ଇଣ୍ଡିଆ ବଦଳରେ ଭାରତ ବୋଲି ଉଲ୍ଲେଖ କରାଯାଇଛି ଏବଂ ଜି୨୦ର ବିଦେଶୀ ପ୍ରତିନିଧିଙ୍କୁ ଦିଆଯାଇଥିବା ପୁସ୍ତିକାରେ ମଧ୍ୟ ଏହି ନାମ ଉଲ୍ଲେଖ କରାଯାଇଛି। ପୁସ୍ତିକାର ଶୀର୍ଷକ ହେଉଛି: ‘ଭାରତ, ଦେୟାର୍ ଇଜ୍ ଡେମୋକ୍ରାସି’।

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଇଣ୍ଡିଆର ନାମ ବଦଳାଇ ଭାରତ କରିବା ପାଇଁ ଆହ୍ବାନ ଦେବାର ଦୁଇଦିନ ପରେ ସରକାରୀ ଭାବେ ‘ଭାରତ’ ନାମ ବ୍ୟବହାର ଆରମ୍ଭ ହୋଇଛି। ଏହି ପଦକ୍ଷେପକୁ ଅଧିକାଂଶ ବିଜେପି ନେତା ସ୍ବାଗତ କରିଥିବା ବେଳେ ବିରୋଧୀ ବିସ୍ମୟ ପ୍ରକାଶ କରିଛନ୍ତି। ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏହି ନାମ ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି। ତେବେ କଂଗ୍ରେସ ନେତା ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କରିଛନ୍ତି, ବର୍ତ୍ତମାନ ସମ୍ବିଧାନର ଧାରା ୧କୁ ଏହିପରି ପଢ଼ାଯିବ: ‘ଭାରତ, ଯାହା ଇଣ୍ଡିଆ ଥିଲା, ତାହା ରାଜ୍ୟଗୁଡ଼ିକର ସଂଘ’। ଏବେ ଏହି ‘ରାଜ୍ୟ ସଂଘ’ ବିପଦରେ ବୋଲି ରମେଶ କହିଛନ୍ତି। ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଯଦି ଇଣ୍ଡିଆ ମେଣ୍ଟ ତା’ର ନାମକୁ ଏବେ ଭାରତ ରଖିବ ତା’ହେଲେ ସରକାର କ’ଣ କରିବେ। ଆପ୍‌ ନେତା ରାଘବ ଚଢ଼ା କହିଛନ୍ତି, ଆମେ ଏନ୍‌ଡିଏ ମେଣ୍ଟର ପରବର୍ତ୍ତୀ ବୈଠକରେ ମେଣ୍ଟର ନାମକୁ ଭାରତ ରଖିବାକୁ ଆଲୋଚନା କରିବୁ, ସରକାର କ’ଣ ଦେଶ ପାଇଁ ଆଉ ଏକ ନାମ ଚିନ୍ତା କରିବେ? ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ହଠାତ ଦେଶର ନାମ ପରିବର୍ତ୍ତନ ପାଇଁ ଏଭଳି ତତ୍ପରତା ପଛରେ କାରଣ କ’ଣ?

୨୬ଟି ବିରୋଧୀ ଦଳ ଗୋଟିଏ ମଞ୍ଚରେ ମିଳିତ ହୋଇ ନୂଆ ମେଣ୍ଟର ନାଁ ଇଣ୍ଡିଆ
(ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନ୍‌କ୍ଲୁଜିଭ୍ ଆଲାୟାନ୍ସ) ଦେବା ପରେ ବର୍ତ୍ତମାନ ଇଣ୍ଡିଆ ବନାମ ଭାରତ ବିତର୍କ ଜୋର ଧରିଛି। ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ବର୍ତ୍ତମାନ ଲଢ଼େଇ ଏନ୍‌ଡିଏ ଓ ଇଣ୍ଡିଆ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇଣ୍ଡିଆ ମଧ୍ୟରେ ଏବଂ ବିଜେପିର ଆଦର୍ଶ ଓ ଇଣ୍ଡିଆ ମଧ୍ୟରେ ହେବ। ଆପଣ ଜାଣନ୍ତି, ଜଣେ ଇଣ୍ଡିଆ ବିରୋଧରେ ଠିଆ ହେଲେ କ’ଣ ହେବ, କିଏ ଜିତିବ? ଇଣ୍ଡିଆ ହିଁ ଜିତିବ ବୋଲି ରାହୁଲ ଗାନ୍ଧି କହିଥିଲେ। ଇଣ୍ଡିଆ ନାମକୁ ବ୍ୟବହାର କରି ମିଳିତ ବିରୋଧୀ ଦଳ ତାଙ୍କ ପାପ ଧୋଇବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ମେଣ୍ଟର ଇଣ୍ଡିଆ ନାମକରଣ ସେମାନଙ୍କ ଜାତୀୟତାବାଦର ସୂଚକ ନୁହେଁ, ବରଂ ଏହା ମାଧ୍ୟମରେ ସେମାନେ ଦେଶକୁ ଲୁଟିବାକୁ ଅଭିସନ୍ଧି ରଖିଛନ୍ତି ବୋଲି ସେ କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button