ଦେଶ

ମନେ ପଡନ୍ତି ଶାସ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ: ଆଜି ହେଉଛି ଭାରତରର ଦ୍ୱିତୀ ପ୍ରଧାନମନ୍ତ୍ରୀ ତଥା ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ୧୯୦୪ ମସିହା ଅକ୍ଟୋବର ୨ରେ ଉତ୍ତରପ୍ରଦେଶ ମୁଗଲସରାଇରେ ଶାରଦା ପ୍ରସାଦ ଶ୍ରୀବାସ୍ତବ ଓ ରାମଦୁଲାରୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ଶାସ୍ତ୍ରୀଜୀ।
କେନ୍ଦ୍ର ସରକାରରେ ରେଳ ଓ ସ୍ୱରାଷ୍ଟ୍ର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିବା ପରେ ୧୯୬୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ପାକିସ୍ତାନ ବିରୋଧରେ ଯୁଦ୍ଧ ସମୟରେ ସବୁଜ ବିପ୍ଳବକୁ ପ୍ରୋତ୍ସାହିତ କରିବା ପାଇଁ ସେ ଦେଇଥିଲେ ବହୁଖ୍ୟାତ ଜୟ ଯବାନ, ଜୟ କିଷାନର ନାରା।
ଆଜି ଶାସ୍ତ୍ରୀ ଜୟନ୍ତୀ ଅବସରରେ ତାଙ୍କ ଭଳି ଅମାୟିକ ନେତାଙ୍କୁ ଝୁରୁଛି ସାରା ଦେଶ। ଛାତ୍ର ଜୀବନରୁ ହିଁ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସେ ଉତ୍ସଗୀକୃତ କରିଥିଲେ । ସଂଘର୍ଷ କରି ଉଚ୍ଚ ଶିକ୍ଷା ଲାଭ କରିଥିବା ଶାସ୍ତ୍ରୀ ସବୁବେଳେ ନିଜ ଅଦମ୍ୟ ସାହସ ଓ ଦକ୍ଷତା ପାଇଁ ପରିଚିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button