ରାଜ୍ୟ

୩ ବର୍ଷର ଶିଶୁକନ୍ୟାକୁ ହତ୍ୟା ମାମଲା: ଦମ୍ପତିଙ୍କୁ ଆଜୀବନ ଜେଲ୍‌ – Ibnodisha

[ad_1]

ଓଡ଼ଗାଁ: ୩ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିବା ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ମାନସ ରଞ୍ଜନ ରଥ। ଉଭୟଙ୍କୁ ୧୦ ହଜାର ଟଙ୍କା ଜରିମାନା ବି କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ରାୟରେ ଉଲ୍ଲେଖ ରହିଛି।

ଓଡ଼ଗାଁ ଆଦର୍ଶ ଥାନା ଅର୍ନ୍ତଗତ ସାକେରି ହରିଜନସାହିରେ ଗତ ୨୦୧୯ ସେପ୍ଟେମ୍ବର ୯ ତାରିଖ ଦିନ ପ୍ରକାଶ ନାୟକଙ୍କ ୩ ବର୍ଷର ଝିଅ ସୋନାଲି ନାୟକଙ୍କୁ ଘରେ ଛାଡ଼ି ମା’ ରୀଲା ନାୟକ (୨୭) ଗାଧୋଇବାକୁ ଯାଇଥିଲେ। ଘରକୁ ଫେରିବା ପରେ ସେ ଆଉ ସୋନାଲିକୁ ପାଇ ନଥିଲେ। ଏ ସଂପର୍କରେ ରୀଲା ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ନମ୍ବର ୧୫୫/୨୦୧୯ରେ ଏକ ମାମଲା ରୁଜୁ କରି ଏସ୍‌ଆଇ ସଞ୍ଜୟ ପରିଡ଼ାଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦେଇଥିଲା। ନିଖୋଜର ୨ଦିନ ପରେ ଅର୍ଥାତ୍‌ ୧୨ତାରିଖ ଦିନ ସୋନାଲିର ମୃତଦେହ ସେହି ଗ୍ରାମର ସନ୍ତୋଷ ନାୟକଙ୍କ ବାଡ଼ିପଟୁ ଜରିଅଖା ମଧ୍ୟରେ ବନ୍ଧା ହୋଇ ପଡ଼ିଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା। ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ମୁନା ନାୟକ ଓ ସ୍ତ୍ରୀ ସଞ୍ଜୁ ନାୟକ ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏହାସହ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ସୋନାଲିର ମୃତଦେହକୁ ଜରି ଅଖାରେ ବାନ୍ଧି ସନ୍ତୋଷ ନାୟକଙ୍କ ବାଡ଼ିପଟକୁ ଫୋପାଡ଼ି ଦେଇଥିଲେ।

ଏହି ମକଦ୍ଦମାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀ ରଥ ୧୮ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ଦମ୍ପତିଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ର ୩୦୨ଏ (ନରହତ୍ୟା) ୩୪ ଦଫାରେ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ତିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ, ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୨୦୧(ପ୍ରମାଣ ନଷ୍ଟ)୩୪ ଅନୁଯାୟୀ ଏକବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ଏକ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଇନ୍ଦୁଭୂଷଣ ମିଶ୍ର ମକଦ୍ଦମା ପରିଚାଳନା କରୁଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button