ଅଷ୍ଟ୍ରେଲିଆ ଟେଷ୍ଟ୍ ଟିମ୍କୁ ଫେରିଲେ ନେସର୍ – Ibnodisha

[ad_1]
ସିଡ୍ନୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଟିମ୍ ଘୋଷଣା ହୋଇଛି । ଫାଷ୍ଟ୍ ବୋଲର୍ ପ୍ୟାଟ୍ କମିନ୍ସ ପାଖରେ ଟିମ୍ର ନେତୃତ୍ୱ ରହିଥିବା ବେଳେ ମାଇକେଲ୍ ନେସର୍ ୧୪ ମାସ ପରେ ଟେଷ୍ଟ୍ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନେସର୍ ୨୦୨ ଡିସେମ୍ବରରେ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ଡେଭିଡ୍ ୱାର୍ଣ୍ଣର୍ଙ୍କ ବଦଳ ଖେଳାଳି ଭାବେ ମ୍ୟାଟ୍ ରେନ୍ଶାଙ୍କୁ ଟିମ୍ରେ ସ୍ଥାନ ମିଳିଛି । ୱାର୍ଣ୍ଣର୍ ଗତ ମାସରେ ଟେଷ୍ଟ୍ରୁ ସନ୍ନ୍ୟାସ ଘୋଷଣା କରିଥିଲେ । ତେବେ ରେନ୍ଶାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ କି ନାହିଁ ଦେଖିବାର ଅଛି ।
ରେନ୍ଶା ୨୦୨୩ ଫେବୃଆରୀରେ ଶେଷଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ସେହିପରି କାମେରନ୍ ଗ୍ରୀନ୍ ଓ ଆଲେକ୍ସ କେରୀଙ୍କୁ ମଧ୍ୟ ଟିମ୍ରେ ସାମିଲ କରାଯାଇଛି । ଅଷ୍ଟ୍ରେଲିଆ ଚୟନକର୍ତ୍ତା ଜର୍ଜ ବେଲି କହିଛନ୍ତି, ନେସର୍ଙ୍କ ଗତ କିଛିବର୍ଷର ପ୍ରଦର୍ଶନ ଏବଂ ନ୍ୟୁଜିଲାଣ୍ଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି । ଅଷ୍ଟ୍ରେଲିଆ ଟେଷ୍ଟ୍ ଟିମ୍: ପ୍ୟାଟ୍ କମିନ୍ସ (କ୍ୟାପ୍ଟେନ୍), ସ୍କଟ୍ ବୋଲାଣ୍ଡ୍, ଆଲେକ୍ସ କେରୀ (ୱିକେଟ୍କିପର୍), କାମେରନ୍ ଗ୍ରୀନ୍, ଜୋଶ୍ ହେଜଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗ୍ଲିସ୍, ଗ୍ଲେନ୍ ମାକ୍ସୱେଲ୍, ମ୍ୟାଟ୍ ଶର୍ଟ, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ୱେଡ୍, ମ୍ୟାଟ୍ ରେନ୍ଶା ଓ ଆଦାମ୍ ଜାମ୍ପା ।
[ad_2]




