ଦେଶ

ପୃଥ୍ୱୀ ଶ’ଙ୍କ ଦମ୍‌ଦାର ପ୍ରତ୍ୟାବର୍ତ୍ତନ; ରଣଜୀ ମ୍ୟାଚ୍‌ର ପ୍ରଥମ ସିଜନ୍‌ରେ ଶତକ – Ibnodisha

[ad_1]

ମୁମ୍ବାଇ:  ଦୀର୍ଘଦିନର ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ଫିଟ୍‌ହୋଇ ପ୍ରତ୍ୟାବର୍ତ୍ତନ କରିଥିବା ଯୁବ ଓପ୍ନର୍ ପୃଥ୍ୱୀ ଶ’ ଚଳିତ ରଣଜୀ ଟ୍ରଫିରେ ବିସ୍ଫୋରକ ଢ଼ଙ୍ଗରେ ଶତକ ହାସଲ କରିଛନ୍ତି । ଚଳିତ ରଣଜୀ ସିଜନ୍‌ର ଛତିଶଗଡ଼ ବିପକ୍ଷ ଏଲିଟ୍ ଗ୍ରୁପ୍‌-ବି’ ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ପ୍ରଥମ ସିଜନ୍‌ରେ ହିଁ ଶତକ କରିଛନ୍ତି । ପୃଥ୍ୱୀ ୧୮୫ ବଲ୍‌ରେ ୧୮ ଚୌକା ଓ ତିନିଟି ଛକା ସହାୟତାରେ ୧୫୯ ରନ୍ କରି ପ୍ୟାଭିଲିଅନ୍ ଫେରିଛନ୍ତି । ମ୍ୟାଚ୍‌ରେ ସେ ଶତକ ପୂରଣ ପାଇଁ ମାତ୍ର ୧୦୨ଟି ବଲ୍‌ର ସାମ୍ନା କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏହା ତାଙ୍କର ୮୦ତମ ଇନିଂସ୍‌ରେ ୧୩ଶ ଶତକ ।

୨୦୨୩ରେ ଇଂଲଣ୍ଡର ଘରୋଇ ଦିନିକିଆ ଟୁର୍ଣ୍ଣାମେଣ୍ଟ୍‌ର ଏକ ମ୍ୟାଚ୍ ଅବସରରେ ପୃଥ୍ୱୀ ଶ’ଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଏହାପରେ ସେ ଲଗାତାର କେତେକ ଘରୋଇ ଟୁର୍ଣ୍ଣାମେଣ୍ଟ୍ ଖେଳିପାରି ନଥିଲେ । ଦୀର୍ଘ ସମୟ ପରେ ସେ ବେଙ୍ଗଲ ବିପକ୍ଷ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ କିଛି ଖାସ୍ କମାଲ୍ କରିବାକୁ ସଫଳ ହୋଇନଥିଲେ । ଏବେ ଏହି ମ୍ୟାଚ୍‌ରେ ବିସ୍ଫୋରକ ଢ଼ଙ୍ଗରେ ଶତକ ହାସଲ ସହ ସମସ୍ତଙ୍କୁ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଛନ୍ତି । ପୃଥ୍ୱୀ ଶ’ ରଣଜୀ ଟ୍ରଫି ଇତିହାସରେ କୌଣସି ଏକ ମ୍ୟାଚ୍‌ର ପ୍ରଥମ ସେସନ୍‌ରେ ଶତକ ହାସଲ କରିବାରେ ତୃତୀୟ ବ୍ୟାଟର୍ ହୋଇଛନ୍ତି ।

ଏହା ପୂର୍ବରୁ ୧୯୫୦ରେ ଜେଏନ୍ ସେଠ୍ ସଦର୍ଣ୍ଣ ପଞ୍ଜାବ ଟିମ୍ ବିପକ୍ଷରେ ଏବଂ ୧୯୬୫ରେ ଭରତ ଅବସ୍ତୀ ଜମ୍ମ-କଶ୍ମୀର ବିପକ୍ଷ ମ୍ୟାଚ୍‌ରେ ଏହି କାରନାମା କରିଥିଲେ । ୨୦୧୬-୧୭ରେ ତାମିଲନାଡ଼ୁ ବିପକ୍ଷ ସେମିଫାଇନାଲ୍‌ରେ ମୁମ୍ବାଇ ପକ୍ଷରୁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିବା ପୃଥ୍ୱୀ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ୧୨୦ ରନ୍ କରି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ । ସେହିପରି ବର୍ତ୍ତମାନ ସୁଦ୍ଧା ୪୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ୫୦ରୁ ଅଧିକ ହାରାହାରିରେ ୩୯୯୭ ରନ୍ କରିସାରିଛନ୍ତି । ଏହା ମଧ୍ୟରେ ୧୩ ଶତକ ଏବଂ ୧୬ ଅର୍ଦ୍ଧଶତକୀୟ ଇନିଂସ୍ ସାମିଲ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button