ରାଜ୍ୟ

ସୁପାରି ଦେଇ ମାରିଦେଲେ ଭାଇ ଭାଉଜ; ୪ ଦିନ ପରେ ବ୍ଲୁଲେକ୍‌ରୁ ୨ ସାଙ୍ଗଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]

ନୀଳଗିରି : ୪ ଦିନ ଧରି ନିଖୋଜ ଥିବା ୨ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ଏକ ହତ୍ୟାକାଣ୍ଡ ହୋଇଥିବାବେଳେ ହତ୍ୟାକାରୀଙ୍କୁ ଧରିବାରେ ପୁଲିସକୁ ବଡ଼ ସଫଳତା ମିଳିଛି । ଏହି ଘଟଣାରେ ପରିବାରର ହାତ ରହିଥିବା ସନ୍ଦେହ କରି ଶେଷରେ ପୁଲିସ ଭାଇ ଭାଉଜକୁ ଗିରଫ କରିଛି । ସୁପାରି ଦେଇ ସମସ୍ତ ଘଟଣା ଭାଇ ଭାଉଜ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଟଙ୍କା ପଇସାକୁ ନେଇ ଏପରି ଅଘଟଣ ଘଟିଛି ବୋଲି ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ନୀଳଗିରି ଥାନା ଅନ୍ତର୍ଗତ କାଂଶ ଗ୍ରାମର ଭବାନୀଶଙ୍କର ରାଉତ(୨୧) ଓ ମନୋରଞ୍ଜନ ମହାପାତ୍ର ଗତ ୫ ତାରିଖରୁ ନିଖୋଜ ଥିଲେ ।

୬ ତାରିଖ ସକାଳେ ମିତ୍ରପୁର ବ୍ଲୁଲେକ୍ ନିକଟରେ ରକ୍ତ ଛିଟା ଲାଗିଥିବ ଏକ ବାଇକ ଓ ଜୋତାକୁ ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଏନେଇ ନୀଳଗିରି ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ନୀଳଗିରି ଥାନାଧିକାରୀ ଗୋପାଳ କର୍ଣ୍ଣ ଓ ଏସଡିପିଓ ସରୋଜ ଉପାଧ୍ୟାୟ ସଦଳବଳେ  ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବାଇକରେ ଲାଗିଥିବା ରକ୍ତ ଛିଟାକୁ ଦେଖି ହତ୍ୟା ନେଇ ସନ୍ଦେହ କରିଥିଲେ । ନିଖୋଜ ୨ ସାଙ୍ଗକୁ ଉଦ୍ଧାର ପାଇଁ ନୀଳଗିରି ଦମକଳ ବାହିନୀ ପ୍ରୟାସ ଜାରୀ ରଖିଥିବାବେଳେ  ବାଲେଶ୍ୱର ଏସପି ସାଗରୀକା ନାଥ ୨ଟି ଟିମ୍ କରି ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସଦର ଏସଡିପିଓ ଏବଂ ନୀଳଗିରି ଏସଡିପିଓ ନିଜ ନିଜର ଟିମ୍ ଧରି ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରାଥମିକ ତଦନ୍ତରୁ ପରିବାର ଲୋକଙ୍କ ହାତ ରହିଥିବା ଜାଣିବାକୁ ପାଇଥିଲେ । ମୃତ ଭବାନୀ ଶଙ୍କରଙ୍କ ସାନ ଭାଇ ନୀଳଗିରି ଥାନାରେ ଦେଇଥିବା ଅଭିଯୋଗକୁ ଆଧାର କରି ୬ ତାରିଖରେ ନୀଳଗିରି ପୁଲିସ ବଡ଼ ଭାଇ ଓ ଭାଉଜକୁ ଥାନାକୁ ଆଣି ଅଟକ ରଖିଥିଲା । ଶୁକ୍ରବାର ଅର୍ଥାତ ୯ ତାରିଖ ଦିନ ନୀଳଗିରି ଅଗ୍ନିଶମ ବାହିନୀ ନିଖୋଜ ୨ ସାଙ୍ଗଙ୍କ ମୃତଦେହ ବ୍ଲୁଲେକ୍‌ରୁ ଉଦ୍ଧାର କରିଛି । ମୃତଦେହ ଉଦ୍ଧାର କରିବା ପରେ ବାଲେଶ୍ୱରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ôଚଥିଲେ । ବଡ଼ ଭାଇ ଠାରୁ ମୃତ ଭବାନୀ କିଛି ଲକ୍ଷ ଟଙ୍କା ପାଇବାର ଥିଲା । ଟଙ୍କା ନଦେବା ପାଇଁ ବଡ଼ଭାଇ ଷଡ଼ଯନ୍ତ୍ର ଆରମ୍ଭ କରିଥିଲା । ଭାଇକୁ ହତ୍ୟା କରିବା ପାଇଁ ବାଲେଶ୍ୱରର ସୁପାରି କିଲରଙ୍କୁ ଧରିଥିଲା ।

୧ ଲକ୍ଷ ୭୦ ହଜାର ଟଙ୍କାର ମୂଲଚାଲ ହୋଇଥିଲା । ଶେଷରେ ୧ ଲକ୍ଷ ୪୦ ହଜାର ଟଙ୍କା ଦେବାର ନିଷ୍ପତ୍ତି ହେବା ପରେ ୩୦ ହଜାର ଟଙ୍କା ବଡ଼ ଭାଇ ଅଗ୍ରିମ ଦେଇଥିଲା । ସମସ୍ତ ଯୋଜନାକୁ ବଡ଼ ଭାଉଜ ଡିଲ୍ କରୁଥିଲେ । ଅବଶିଷ୍ଟ ଟଙ୍କା କାର୍ଯ୍ୟ ଶେଷ ହେବାପରେ ଦିଆଯିବାର ନିଷ୍ପତ୍ତି ହୋଇଥିଲା । କୌଶଳ ସହ ସୁପାରୀ କିଲରମାନେ ଭବାନୀକୁ କାମ ଅଛି ବୋଲି କହି ମିତ୍ରପୁର ଲେକ୍ ନିକଟକୁ ଡାକିଥିଲେ । ଭବାନୀ ଏକାକୀ ନ ଆସି ସାଙ୍ଗ ମନୋରଞ୍ଜନ ମହାପାତ୍ରଙ୍କୁ ଧରି ପହଞ୍ଚିଥିଲା । ପୂର୍ବ ଯୋଜନା ଅନୁସାରେ ସୁପାରୀ କିଲରମାନେ ଧାରୁଆ ଅସ୍ତ୍ରରେ ଶଙ୍କରଙ୍କୁ ଆକ୍ରମଣ କରି ମାରି ଦେଇଥିଲେ ।

ସାଙ୍ଗ ମନୋରଞ୍ଜନ ଏସବୁ ଦୃଶ୍ୟ ଦେଖିଥିବାବେଳେ କାଳେ ଘଟଣା ପ୍ରକାଶ କରିଦେବ ସେଥିପାଇଁ ତାଙ୍କୁ ମଧ୍ୟ ମାରି ନିକଟରେ ଥିବା ଗଭୀର ଜଳରାଶି ମଧ୍ୟକୁ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ୪ ଜଣ ସୁପାରି କିଲର୍ ସମେତ ବଡ଼ ଭାଇ ଭାଉଜକୁ ପୁଲିସ ଗିରଫ କରିଛି । ୪ ଜଣ ସୁପାରି କିଲରଙ୍କଠାରୁ ନଗଦ ୭୦ ହଜାର ଟଙ୍କା, ତେଲେଙ୍ଗା କଟୁରୀ, ୬ଟି ମୋବାଇଲ୍ ଜବତ କରାଯାଇଛି ବୋଲି ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button