ରାଜ୍ୟ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ – Ibnodisha

[ad_1]

ମୟୂରଭଞ୍ଜ : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡ଼ା ବଡ଼ବିଲ୍‌ ଗାଁରେ ଏହି ଅଘଟଣ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ବଡ଼ବିଲ୍‌ ଗାଁର ନରହରି ମହାନ୍ତ(୨୭)। ଆଜି ସକାଳେ ନରହରି ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ିଯାଇଥିଲେ। ସେଠାରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୁତୁ ହୁତୁ ଜଳୁଥିବା ହୋଇଥିବା ଲୋକେ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ନରହରି କେଉଁ କାରଣ ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢ଼ିଥିଲେ ତାର କାରଣ ଅସ୍ପଷ୍ଟ ରହିଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ଖୁଣ୍ଟରେ ଚଢ଼ିଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button