ଖେଳ

ଆଜିଠାରୁ ଟି-୨୦ ସିରିଜ୍‌; ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ଭାରତ ଫେଭରିଟ୍‌ – Ibnodisha

[ad_1]

ତ୍ରିନିଦାଦ୍‌: ଗୁରୁବାର ଠାରୁ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । କ୍ୟାରିବିୟାନ୍ ଟିମ୍ ବିପକ୍ଷରେ ଟେଷ୍ଟ୍ ଏବଂ ଦିନିକିଆ ସିରିଜ୍ ବିଜୟ ପରେ ଟି-୨୦ରେ ଟିମ୍ ଇଣ୍ଡିଆ ଫେଭରିଟ୍ ରହିଛି । ଦିନିକିଆ ସିରିଜ୍ ବିଜୟର ୪୮ ଘଣ୍ଟା ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ସିରିଜ୍ ଟିମ୍‌ର ଯୁବ ଖେଳାଳିଙ୍କ ପାଇଁ ଦକ୍ଷତା ପ୍ରତିପାଦନର ଏକ ଶ୍ରେଷ୍ଠ ମଞ୍ଚ ଯୋଗାଇ ଦେବ । ବ୍ରାଏନ୍ ଲାରା ଷ୍ଟାଡିୟମ୍‌ରେ ଗୁରୁବାର ଆରମ୍ଭ ହେବାକୁ ଥିବା ସିରିଜ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ଯଶସ୍ୱୀ ଜୈସ୍ୱାଲ୍‌, ତିଳକ ବର୍ମା ଏବଂ ମୁକେଶ କୁମାରଙ୍କ ପରି ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହିଁବ ।

ସେହିପରି ଦିନିକିଆ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ସଞ୍ଜୁ ସାମ୍‌ସନ୍‌ଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ଟିମ୍‌ର ଶୀର୍ଷକ୍ରମ ବ୍ୟାଟିଂ ଈଶାନ୍ କିଶନ୍‌, ଶୁବମାନ୍ ଗିଲ୍ ଓ ଯଶସ୍ୱୀ ଜୈସ୍ୱାଲ୍‌ଙ୍କ ଉପରେ ନ୍ୟସ୍ତ ଥିବାବେଳେ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ଡେପୁଟି ସୂର୍ଯ୍ୟକୁମାର ଯାଦବ ମିଡିଲ୍ ଅର୍ଡର୍ ବ୍ୟାଟିଂ ସମ୍ଭାଳିବେ । ଅନ୍ୟପକ୍ଷରେ ବୋଲିଂରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ୍ ଯାଦବଙ୍କ ସହିତ ସ୍କ୍ୱାଡ୍‌କୁ ଫେରିଥିବା ରବି ବିଷ୍ନୋଇ ଅକ୍ଷର ପଟେଲ୍‌ଙ୍କ ସହିତ ସ୍ପିନ୍ ଡିପାର୍ଟମେଣ୍ଟ ସମ୍ଭାଳିବେ । ନିର୍ଣ୍ଣାୟକ ଦିନିକିଆରେ ତିନି ୱିକେଟ୍ ନେଇ ୱେଷ୍ଟ୍‌ଇଣ୍ଡିଜ୍ ଟପ୍ ଅର୍ଡର୍‌କୁ ଧ୍ୱସ୍ତ କରିଥିବା ଯୁବ ଫାଷ୍ଟ ବୋଲର୍ ମୁକେଶ କୁମାରଙ୍କ ବ୍ୟତୀତ ଅର୍ଶଦୀପ୍ ସିଂହ, ଉମ୍‌ରାନ୍ ମଲିକ୍ ଏବଂ ଆଭେସ୍ ଖାନ୍‌ଙ୍କ ତ୍ରିମୂର୍ତ୍ତି ପେସ୍ ବିଭାଗ ସମ୍ଭାଳିବେ । ଟି-୨୦ ବିଶ୍ୱକପ୍ ଆସନ୍ତା ବର୍ଷ ହେବାକୁ ଥିବା ଦୃଷ୍ଟିରୁ ଏହି ଯୁବ ଖେଳାଳିମାନେ ଟିମ୍‌ରେ ସ୍ଥାନ ହାସଲ ପାଇଁ ନିଶ୍ଚିତ ଭାବେ ମୋଟିଭେଟେଡ୍ ହେବ ।

ଅନ୍ୟପକ୍ଷରେ ଟେଷ୍ଟ୍ ଏବଂ ଦିନିକିଆ ସିରିଜ୍‌ର ପରାଜୟ ପରେ ଟିମ୍ ଟିମ୍ ଇଣ୍ଡିଆ ବିପକ୍ଷରେ ବିଜୟ ୱେଷ୍ଟ୍‌ଇଣ୍ଡିଜ୍ ପାଇଁ ସହଜ ହୋଇନପାରେ । ୱେଷ୍ଟ୍‌ଇଣ୍ଡିଜ୍ ଟିମ୍‌କୁ ଶକ୍ତିଶାଳୀ କରିବା ନିମନ୍ତେ ୱିକେଟ୍‌କିପର୍ ବ୍ୟାଟର୍ ଶାଇ ହୋପ୍ ଏବଂ ଫାଷ୍ଟ୍ ବୋଲର୍ ଓଶାନେ ଥୋମାସ୍‌ଙ୍କୁ ସାମିଲ କରାଯାଇଛି । ଦିନିକିଆର ସିରିଜ୍‌ରେ କ୍ୟାରିବିୟାନ୍ ଟିମ୍‌ର ନେତୃତ୍ୱ ନେଇଥିବା ୨୯ ବର୍ଷୀୟ ହୋପ୍ ଶେଷଥର ପାଇଁ ଗତବର୍ଷ ଫେବୃଆରୀରେ ଭାରତ ଗସ୍ତ ଅବସରରେ କୋଲ୍‌କାତାରେ ଟି-୨୦ ମ୍ୟାଚ୍ ଖେଳିଥିଲେ । ସେହିପରି ୨୬ ବର୍ଷୀୟ ଥୋମାସ୍ ୨୦୨୧ ଡିସେମ୍ବରରେ କରାଚିରେ ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ । ଆସନ୍ତାବର୍ଷର ଟି-୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କାଇଲ୍ ମେୟର୍ସଙ୍କୁ ଟିମ୍‌ର ଭାଇସ୍ କ୍ୟାପ୍‌ଟେନ୍ କରାଯାଇଛି । ଆସନ୍ତାକାଲିର ପ୍ରଥମ ମ୍ୟାଚ୍ ପରେ ଦୁଇ ଟିମ୍ ଅଗଷ୍ଟ ୬ ଓ ୮ ମ୍ୟାଚ୍ ପାଇଁ ଗାଏନା ଯାତ୍ରା କରିବେ । ସିରିଜ୍‌ର ଅନ୍ତିମ ଦୁଇଟି ମ୍ୟାଚ୍ ଅଗଷ୍ଟ ୧୨ ଓ ୧୩ ତାରିଖରେ ଆମେରିକାର ଫ୍ଲୋରିଡାରେ ଖେଳାଯିବ ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଈଶାନ୍ କିଶନ୍‌, ଶୁବମାନ୍ ଗିଲ୍‌, ଯଶସ୍ୱୀ ଜୈସ୍ୱାଲ୍‌, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମ୍‌ସନ୍‌/ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, କୁଲଦୀପ୍ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ଅର୍ଶଦୀପ ସିଂହ, ଉମରାନ୍ ମଲିକ ।

ସମ୍ଭାବନ୍ୟ ଇଣ୍ଡିଜ୍ ଏକାଦଶ: ବ୍ରାଣ୍ଡନ୍ କିଙ୍ଗ୍‌, କାଇଲ୍ ମେୟର୍ସ, ଜନ୍‌ସନ୍ ଚାର୍ଲସ୍‌, ନିକୋଲାସ୍ ପୂରନ୍‌, ରୋଭ୍‌ମାନ୍ ପାୱେଲ୍‌, ରୋମାରିଓ ଶେଫର୍ଡ, ଜେସନ୍ ହୋଲ୍ଡର୍‌, ଅକିଲ୍ ହୋସେନ୍‌, ଅଲ୍‌ଜାରୀ ଯୋସେଫ୍‌, ଓବେଡ୍ ମ୍ୟାକ୍‌କୟ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button