ଖେଳ
ବିନେଶ ଅଯୋଗ୍ୟ ଘୋଷିତ; ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି, ଟୁଇଟ କରି ମୋଦୀ କହିଲେ . . .

ବିନେଶ ଅଯୋଗ୍ୟ ଘୋଷତି ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଆଶ୍ୱସନା ଦେଇଛନ୍ତି। ମୋଦୀ କହିଛନ୍ତି ‘ବିନେଶ ଆପଣ ଚାମ୍ପଆନ୍। ସବୁ ଭାରତୀୟଙ୍କ ପାଇଁ ଆପଣ ଗର୍ବ, ମୋ ପାଖରେ ଶଦ୍ଧ ନାହିଁ ବୟାନ କରିବାକୁ। ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଚ୍ୟାଲେଞ୍ଜ, ହେଲେ ଏଥିରୁ ବାହାରି ଆହୁରି ମଜବୁତ ହେବେ।
ସୂଚନାଯୋଗ୍ୟ ମଙ୍ଗଳବାର ସେମିଫାଇନାଲରେ ୫୦ କିଲୋ ମହିଳା କୁସ୍ତି ବର୍ଗରେ ସେ କ୍ୟୁବାର ଗୁଜମାନ ଲୋପେଜଙ୍କୁ ୫-୦ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଆଜି ରାତି ୧୨ଟା ୩୦ରେ ଫାଇନାଲ ମ୍ୟାଚ ଖେଳିଥାନ୍ତେ ବିନେଶ। ଫାଇନାଲରେ ସ୍ୱର୍ଣ୍ଣ ଜିତିବା ନେଇ ସେ ମାଙ୍କୁ ଭିଡ଼ିଓ କଲ କରି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ




