ଖେଳ

ଶୁବମନ ଗିଲ୍‌ ଗୁଜରାଟ ଟାଇଟନ୍ସର ନୂଆ ଅଧିନାୟକ ନିଯୁକ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବଇ ଇଣ୍ଡିଆନ୍ସକୁ ଫେରିବା ପରେ ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୪ ପୂର୍ବରୁ ଶୁବମନ ଗିଲଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି। ଗୁଜୁରାଟ ଟାଇଟାନ୍ସର ଏକ ବିବୃତ୍ତିରେ କୁହାଯାଇଛି ଯେ, ‘‘ଗିଲ୍‌ ଏଭଳି ଏକ ଦଳର ନେତୃତ୍ୱ ନେବେ ଯେଉଁଥିରେ ଅଭିଜ୍ଞତା ଏବଂ ଯୁବ ଉତ୍ସାହର ଏକ ନିଆରା ସଂଯୋଗ ରହିଛି, ଯାହା ଗୁଜରାଟ ଟାଇଟନ୍ସର ପରିଚୟ ରହି ଆସିଛି।

ଗିଲ୍‌ ଗୁଜରାଟ ପାଇଁ ୩୩ ଇନିଂସରେ ୪୭.୩୪ ହାରରେ ତିନୋଟି ଶତକ ଏବଂ ଆଠ ଅର୍ଦ୍ଧଶତକ ସହାୟତାରେ ୧୩୭୩ ରନ୍ ସଂଗ୍ରହ କରିଛନ୍ତି। ଗତ ସିଜନ୍ ଏହି ଓପନିଂ ବ୍ୟାଟ୍ସମ୍ୟାନଙ୍କ ପାଇଁ ବେଶ୍‌ ସ୍ମରଣୀୟ ଥିଲା, କାରଣ ସେ ୧୭ଟି ମ୍ୟାଚରେ ୫୯.୩୩ ହାରରେ ତିନି ଶତକ ଓ ଚାରି ଅର୍ଦ୍ଧଶତକ ସହ ୮୯୦ ରନ୍ ସ୍କୋର କରିଥିଲେ ଏବଂ ଅରେଞ୍ଜ କ୍ୟାପ୍‌ ମଧ୍ୟ ନିଜ ନାଁରେ କରିଥିଲେ।

ଅଧିନାୟକ ଦାୟିତ୍ବ ମିଳିବା ପରେ ଗିଲ୍‌ କହିଛନ୍ତି, “ଗୁଜରାଟ ଟାଇଟାନ୍ସର ଅଧିନାୟକତ୍ୱ ଗ୍ରହଣ କରି ମୁଁ ଖୁସି ଏବଂ ଗର୍ବିତ। ଏପରି ଏକ ଭଲ ଦଳର ନେତୃତ୍ୱ ପାଇଁ ମୋ ଉପରେ ବିଶ୍ୱାସ କରିଥିବାରୁ ଫ୍ରାଞ୍ଚାଇଜକୁ ଧନ୍ୟବାଦ ଜଣାଉଛି। ଆମର ଦୁଇଟି ସିଜନ୍‌ ବେଶ୍‌ ଚମତ୍କାର ଥିଲା ଏବଂ ମୁଁ କ୍ରିକେଟରେ ଆମ ରୋମାଞ୍ଚକର ବ୍ରାଣ୍ଡ ସହିତ ଟିମ୍‌ର ନେତୃତ୍ବ ନେବାକୁ ଉତ୍ସାହିତ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button