ସ୍ୱାସ୍ଥ୍ୟ

ପ୍ରତିଦିନ ପିସ୍ତା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି? ଜାଣନ୍ତୁ ଗୋଟିଏ ଦିନରେ କେତେ ଖାଇବା ଉଚିତ?

ପିସ୍ତା ଖାଇବା ପାଇଁ କେବଳ ସ୍ୱାଦିଷ୍ଟ ଲଗଇନଥାଏ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ହେଲ୍ଦି ଫ୍ୟାଟ, ପ୍ରୋଟିନ୍, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ବ୍ୟତୀତ ଭିଟାମିନ୍ B6 ଏବଂ ପୋଟାସିୟମ୍ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ପିସ୍ତାରେ ଅନ୍ୟ ଡ୍ରାଇଫ୍ରୁଟ୍ସ ଅପେକ୍ଷା କମ୍ କ୍ୟାଲୋରୀ ଏବଂ ଅଧିକ ପ୍ରୋଟିନ୍ ଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ନେଇଥାଏ ।

 

ପିସ୍ତାରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ମିଳିଥାଏ ଯାହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ପିସ୍ତା ଖାଇବା ଦ୍ୱାରା ଆପଣ କ’ଣ ଲାଭ ପାଇବେ?

ଏହି ସମସ୍ୟାଗୁଡିକରେ ପିସ୍ତା ଲାଭଦାୟକ:

ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ: ପିସ୍ତାରେ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

ଓଜନ ହ୍ରାସ କରିଥାଏ: ପିସ୍ତା ଫାଇବର ଏବଂ ପ୍ରୋଟିନ୍ ଧାରଣ କରିଥାଏ, ଯାହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ: ପିସ୍ତାବାଦାମରେ ଥିବା ଭିଟାମିନ୍ B6 ଏବଂ ମ୍ୟାଗ୍ନେସିୟମ୍ ରହିଛି ଯାହା ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।

ଡାଇବେଟିସ ପାଇଁ ଲାଭଦାୟକ: ପିସ୍ତାବାଦାମରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ଯାହା ରକ୍ତରେ ସୁଗାର ଲେବଲ ହ୍ରାସ କରିବାରେ ସହାୟକ ହୋଇପାରେ ।

ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ: ପିସ୍ତାବାଦାମରେ ଫାଇବର ଥାଏ, ଯାହା ଆପଣଙ୍କ ହଜମ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ବହୁତ ଲାଭଦାୟକ ହୋଇଥାଏ ।

ଦୃଷ୍ଟିଶକ୍ତିରେ ଉନ୍ନତି ଆଣେ: ପିସ୍ତା ଲୁଟେନ୍ ଏବଂ ଜିଆକ୍ସାଣ୍ଟିନରେ ଭରପୂର, ଯାହା ଆଖିର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।

ଜଣେ ପ୍ରତିଦିନ ପିସ୍ତା ଖାଇବା ଉଚିତ୍ କି?
ନିୟମିତ ଭାବେ ପିସ୍ତା ଖାଇବା ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ । କିନ୍ତୁ ଲୋକମାନେ ବିନା ଲୁଣ ପିସ୍ତା ଖାଇବା ଉଚିତ୍ ଏବଂ ଦିନକୁ ପ୍ରାୟ ମୁଠାଏ ପିସ୍ତା ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହାଠାରୁ ଅଧିକ ମାତ୍ରାରେ ପିସ୍ତା ଖାଇବା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ସୂଚନାଯୋଗ୍ୟ, ପିସ୍ତା ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ, ବିଶେଷତଃ ଯଦି ଆପଣଙ୍କର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button