ଯଦି ଆପଣ ଦିନରେ ଦୁଇ ଥର ଚାହା ପିଉଛନ୍ତି ତେବେ ନିଶ୍ଚୟ ଏହାକୁ ଥରେ ପଢନ୍ତୁ

ଆଜି କାଲି ସବୁ ଲୋକମାନେ ବହୁତ ପରିଶ୍ରମ କରୁଛନ୍ତି ଓ ମାନସିକ ଚିନ୍ତା କରି କରି ହାଲିଆ ହୋଇ ଯାଉଛନ୍ତି । ଏହି ଥକାପଣ ରୁ ଫ୍ରେଶ ଅନୁଭବ କରିବା ପାଇଁ ଚାହା ପିଇଲେ ଆରାମ ମିଳିଥାଏ । ଏହା ପରେ ପୁଣି କାର୍ଯ୍ୟରେ ଲାଗି ପଡନ୍ତି । ଏହା ସତ୍ୟ ଯେ ଚାହା ପିଇଲେ ମୁଣ୍ଡ ବ୍ୟଥା ଓ ଶରୀର କଷ୍ଟ କମ୍ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଅତ୍ୟଧିକ ଚାହା ପିଇଲେ କେଉଁ ପ୍ରକାର ରୋଗ ହୋଇପାରେ ।
ଯଦି ଆପଣ ଅଧିକ ଚାହା ପିଉଛନ୍ତି ତେବେ ଏହି ଅଭ୍ୟାସକୁ ଛାଡିବାକୁ ହେବ । ଯଦି ଚାହା ପିଇବା ଦ୍ଵାରା ଫାଇଦା ମିଳୁଥାଏ ତେବେ ଦିନକୁ ଗୋଟିଏ ଥର ଚାହା ପିଇବା ଦରକାର । ଅନେକ ବ୍ୟକ୍ତି ଦିନକୁ ୪-୫ ଥର ଚାହା ପିଉଛନ୍ତି । ଯାହା ଶରୀର ପାଇଁ ବହୁତ ହାନିକାରକ ହୁଏ । ଅଧିକ ଚାହା ପିଇଲେ କଣ କ୍ଷତି ହୁଏ ଆସନ୍ତୁ ଜାଣିବା । ଯଦି ଅଧିକ ଚା’ ପିଉଛନ୍ତି ତେବେ ଏହି ଅଭ୍ୟାସକୁ ଛାଡିବାକୁ ହେବ ।
ଆସନ୍ତୁ ଜାଣିବା ଅଧିକ ଚା’ ପିଇଲେ କଣ ସବୁ କ୍ଷତି ହେଇଥାଏ-
୧- ଆପଣ ଘରେ ଚାହା ନିଜେ ତିଆରି କରୁଛନ୍ତି ବା ବାହାରୁ କିଣି ଚାହା ପିଉଛନ୍ତି । କିନ୍ତୁ ଚା’ ତିଆରି କଲାବେଳେ ଚା’ ପତି କମ୍ ପକାଇ ତିଆରି କରନ୍ତୁ । ଚା’ ପତି କମ୍ ପକାଇ ଚା’ ପିଇବା ଉଚିତ୍ । ନଚେତ୍ ଚେହେରାରେ ବିଭିନ୍ନ ଦାଗ ଦେଖାଯିବ ଓ ଚେହେରା ଖରାପ ହୋଇଯିବ ।
– ଅଧିକ ଚା’ ପତି ପକାଇ ଚା’ ପିଇଲେ ପେଟରେ ଗ୍ୟାସ ସମସ୍ୟାର କଷ୍ଟ ଭୋଗ କରିବେ ।
୩- ପେଟରେ ଅନ୍ୟ କେତେକ ରୋଗ ମଧ୍ୟ ଦେଖା ଦେଇଥାଏ ।
୪- ଅଧିକ ଚା’ ପିଇଲେ କ୍ୟାନ୍ସର ଭଳି ଅନ୍ୟ କେତେକ ରୋଗ ଦେଖା ଦେଇଥାଏ । ସେଥିପାଇଁ ଅଧିକ ଚା’ ପିଇବା ଓ ଅଧିକ ଚା’ ପତି ପକାଇ ପିଅନ୍ତୁ ନାହିଁ ।