ଖେଳ
ମ୍ୟାଚ୍ ପାଇଁ ହେଲିକପ୍ଟର୍ରେ ପହଞ୍ଚିଲେ ୱାର୍ଣ୍ଣର୍ – Ibnodisha
[ad_1]
ସିଡ୍ନୀ: ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍) ମ୍ୟାଚ୍ ଖେଳିବା ପାଇଁ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ହେଲିକପ୍ଟର୍ ଯୋଗେ ପହଞ୍ଚିଛନ୍ତି । ଭାଇଙ୍କ ବିବାହ ଉତ୍ସବରେ ଯୋଗଦେବା ପରେ ୱାର୍ଣ୍ଣର୍ ହେଲିକପ୍ଟର୍ରେ ସିଧା ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଓହ୍ଲାଇଥିଲେ । ୱାର୍ଣ୍ଣର୍ ଗ୍ରାଉଣ୍ଡ୍ରେ ହେଲିକପ୍ଟର୍ରୁ ଓହ୍ଲାଇବା ପରେ ସିଧା ନିଜ ଟିମ୍ ସିଡ୍ନୀ ଥଣ୍ଡର୍ସ ଡଗ୍ଆଉଟ୍ରେ ପହଞ୍ଚିଥିଲେ ।
ଶୁକ୍ରବାର ସିଡ୍ନୀ ଥଣ୍ଡର୍ସର ମ୍ୟାଚ୍ ସିଡ୍ନୀ ସିକ୍ସର୍ସ ସହିତ ହୋଇଥିଲା । ତେବେ ଏହି ମ୍ୟାଚ୍ରେ ୱାର୍ଣ୍ଣର୍ଙ୍କ ଟିମ୍ ୧୯ ରନ୍ରେ ହାରିଯାଇଛି । ନିକଟରେ ୱାର୍ଣ୍ଣର୍ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ସିରିଜ୍ ଖେଳିବା ପରେ ଦିନିକିଆ ଓ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେଇଥିଲେ ।
The post ମ୍ୟାଚ୍ ପାଇଁ ହେଲିକପ୍ଟର୍ରେ ପହଞ୍ଚିଲେ ୱାର୍ଣ୍ଣର୍ appeared first on ONA KHABAR.
[ad_2]