ବାବର୍ ପୁଣି ହୋଇପାରନ୍ତି ପାକ୍ କ୍ୟାପ୍ଟେନ୍ – Ibnodisha
[ad_1]
ନୂଆଦିଲ୍ଲୀ : ବାବର୍ ଆଜମ୍ ପୁଣିଥରେ ପାକିସ୍ତାନ କ୍ରିକେଟ୍ ଟିମ୍ର ସୀମିତ ଓଭର୍ କ୍ୟାପ୍ଟେନ୍ ହୋଇପାରନ୍ତି । ରିପୋର୍ଟ ଅନୁସାରେ ବାବର୍ଙ୍କୁ ପୁଣିଥରେ ହ୍ୱାଇଟ୍ ବଲ୍ ଫର୍ମାଟ୍ରେ କ୍ୟାପ୍ଟେନ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକ୍ଭୀ ଚଳିତ ସପ୍ତାହ ପ୍ରାରମ୍ଭରେ ବାବର୍ଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି । ତେବେ ବାବର୍ ବର୍ତ୍ତମାନ ସୁଦ୍ଧା ଏହି ପ୍ରସ୍ତାବ ସ୍ୱୀକାର କରିନାହାନ୍ତି । ୨୦୨୩ ଦିନିକିଆ ବିଶ୍ୱକପ୍ ପରେ ହିଁ ବାବର୍ ଆଜମ୍ ତିନୋଟି ଯାକ ଫର୍ମାଟ୍ର କ୍ୟାପ୍ଟେନ୍ ପଦ ଛାଡ଼ି ଦେଇଥିଲେ । ଏହାପରେ ଶାନ୍ ମସୁଦ୍ଙ୍କୁ ଟେଷ୍ଟ୍ ଏବଂ ଶାହିନ ଆଫ୍ରିଦିଙ୍କୁ ଟି-୨୦ କ୍ୟାପ୍ଟେନ୍ ନିଯୁକ୍ତ କରାଯାଇଥିଲା ।
ଏକ ରିପୋର୍ଟ ଅନୁସାରେ ପିସିବି ଯଦି ତାଙ୍କ ପ୍ରତ୍ୟାବର୍ତ୍ତନ ଚାହୁଁଛି, ତେବେ ତାଙ୍କୁ ତିନୋଟି ଯାକ ଫର୍ମାଟ୍ର କ୍ୟାପ୍ଟେନ୍ ନିଯୁକ୍ତ କରାଯାଉ ବୋଲି ବାବର କହିଛନ୍ତି । ବାବର ନେତୃତ୍ୱ ଛାଡ଼ିବା ପରେ ଫାଷ୍ଟ୍ ବୋଲର୍ ଶାହିନ୍ ଶାହ ଆଫ୍ରିଦିଙ୍କୁ ନୂଆ ଟି-୨୦ କ୍ୟାପ୍ଟେନ୍ ନିଯୁକ୍ତ କରାଯାଇଥିଲା । ସେହିପରି ଟେଷ୍ଟ୍ ବ୍ୟାଟର୍ ଶାନ୍ ମସୁଦ୍ଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ଦିନିକିଆ ଟିମ୍ ପାଇଁ ପିସିବି ବର୍ତ୍ତମାନ ସୁଦ୍ଧା ନୂଆ କ୍ୟାପ୍ଟେନ୍ ଘୋଷଣା କରିନାହିଁ ।
[ad_2]