ଦେଶ

ଲୋକସଭା ନିର୍ବାଚନ-୨୦୨୪: ନିର୍ବାଚନ ଆୟୋଗଙ୍କ କଟକଣା; ଏକ୍‌ଜିଟ୍ ପୋଲ୍ ପ୍ରସାରଣ ଉପରେ ରୋକ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମୟ ଯେତେ ଯେତେ ପାଖେଇ ଆସୁଛି, କିଛି ନା କିଛି ନୂଆ ନିୟମ, ରାଜନୈତିକ ଘଟଣାକ୍ରମ ସବୁ ସାମ୍ନାକୁ ଆସିବାରେ ଲାଗିଛି । ୨୦୨୪ ଲୋକସଭା ନିର୍ବାଚନ ଦେଶବ୍ୟାପୀ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ଏବଂ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ସମସ୍ତ ରାଜନୈତିକ ଦଳ ନିଜ ହିସାବରେ ଜୋରସୋରରେ ପ୍ରଚାରପ୍ରସାରରେ ଲାଗି ପଡିଛନ୍ତି । ତେବେ ଏସବୁ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, ଏପ୍ରିଲ ୧୯ରୁ ଜୁନ୍ ୧ ତାରିଖ ଯାଏ ଦେଶବ୍ୟାପୀ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ସମୟ ମଧ୍ୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ୍ ଏବଂ ଅରୁଣାଚଳପ୍ରଦେଶ ଆଦି ୪ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏତଦ୍‌ବ୍ୟତୀତ ବାକି ଅନ୍ୟ ୧୨ ରାଜ୍ୟର ପ୍ରାୟ ୨୫ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ଏହି ସମୟରେ ଆୟୋଜନ କରାଯିବ । ନିର୍ବାଚନ ଆୟୋଗ, ଦେଶର ଇଲେକ୍ଟ୍ରୋନିକ୍ସ ମିଡିଆ ଅର୍ଥାତ୍ ନ୍ୟୁଜ୍ ଚ୍ୟାନେଲ୍‌ଗୁଡ଼ିକଙ୍କ ପକ୍ଷରୁ କରାଯାଉଥିବା ଏକ୍‌ଜିଟ୍ ପୋଲ୍ ଉପରେ ରୋକ୍ ଲଗାଇଛନ୍ତି । ସେହିପରି ପ୍ରିଣ୍ଟ ମିଡିଆରେ ମଧ୍ୟ ଏକ୍‌ଜିଟ୍ ପୋଲ୍ ସମ୍ପର୍କୀତ କୌଣସି ପ୍ରକାର ପ୍ରକାଶନ ଓ ପ୍ରଚାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଛନ୍ତି ନିର୍ବାଚନ ଆୟୋଗ ।

ତେବେ କେବଳ ଏକ୍‌ଜିଟ୍ ପୋଲ୍ (ବୁଥ୍ ବାହୁଡା ଭୋଟରଙ୍କ ମତାମତ) ନୁହେଁ ବରଂ ନିର୍ବାଚନର ୪୮ଘଣ୍ଟା ପୂର୍ବରୁ କୌଣସି ଗଣମାଧ୍ୟମ ସଂସ୍ଥା ଜନମତ ସର୍ଭେ ରିପୋର୍ଟ ମଧ୍ୟ ପ୍ରକାଶ କରିପାରିବେ ନାହିଁ । ଏନେଇ ଶନିବାର ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଏହି ନୂଆ ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ୍ ୧୯ ସକାଳ ୭ଟାରୁ ଜୁନ୍ ୧ ତାରିଖ ସଂନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ କୌଣସି ପ୍ରକାରର ଏକଜିଟ୍ ପୋଲ୍ ଉପରେ ବାରଣ କରାଯାଇଛି । ଏହି ଅବଧି ମଧ୍ୟରେ କୌଣସି ଏକ୍‌ଜିଟ୍ ପୋଲ୍ କିମ୍ବା ଜନମତ ସର୍ଭେ ରିପୋର୍ଟଗୁଡ଼ିକୁ ପ୍ରକାଶ କିମ୍ବା ସାର୍ବଜନୀନ କରାଯାଇପାରିବନି ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏଥିରେ ଖିଲାପି ହେଲେ ସମ୍ପୃକ୍ତି ଗଣମାଧ୍ୟମ ସଂସ୍ଥା ବିରୋଧରେ ଆଇନଗତ ଦଣ୍ଡବିଧାନ କରାଯିବ ବୋଲି ନିର୍ବାଚନ ଆୟୋଗ ଚେତାବନୀ ମଧ୍ୟ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button