ଖେଳ

ଡୋପ ଟେଷ୍ଟ, ଦୂତୀଙ୍କ ପରେ ଦୌଡରାଣୀ ହିମା ଦାସ ବାସନ୍ଦ – Ibnodisha

[ad_1]

ନୂଆଦିଲ୍ଲୀ: ଦୌଡରାଣୀ ହିମା ଦାସଙ୍କୁ ଝଟକା । ଦୂତୀ ଚାନ୍ଦଙ୍କ ପରେ ଦେଶର ଆଉ ଜଣେ ଆଗ ଧାଡିର ଧାବିକା ଡୋପ ଟେଷ୍ଟରେ ଛନ୍ଦି ହୋଇଛନ୍ତି । ଜାତୀୟ ରେକର୍ଡ ଧାରୀ ଅଲମ୍ପିଆନ ଦୂତୀ ଚାନ୍ଦଙ୍କ ପରେ ଏସିଆଡ ଗେମ୍ସ ବିଜେତା ହିମା ଦାସ ବାସନ୍ଦ ହୋଇଛନ୍ତି । ନାଡା (ଜାତୀୟ ଡୋପ ନିରୋଧୀ ସଂସ୍ଥା) ତାଙ୍କୁ ସାମୟିକ ବାସନ୍ଦ କରିଛି । ସେ ଗତ ୧୨ ମାସ ମଧ୍ୟରେ ୩ ଥର ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ସାମିୟକ ବାସନ୍ଦ ହୋଇଛି ତଥାପି ସେ ୨ ବର୍ଷ ବାସନ୍ଦ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କୁ କେଉଁ କାରଣକୁ ବାସନ୍ଦ କରାଯାଇଛି ନାଡା ପକ୍ଷରୁ ତାହା ସ୍ପଷ୍ଟ ଜଣାପଡିନାହିଁ ।

କାରଣ ଯାହା ବି ହେଉ ସେ ହିମାଙ୍କୁ ଦୁଇ ବର୍ଷ ବାସନ୍ଦ ହେବାକୁ ପଡିବ ବୋଲି କୁହାଯାଉଛି । ଦୂତୀ ଚାନ୍ଦଙ୍କ ଡୋପ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ତେଣୁ ତାଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି । ହିମାଙ୍କ କ୍ଷେତ୍ରରେ ଡୋପ ପରୀକ୍ଷା ନୁହେଁ ନାଡାର ନିୟମ ଭଙ୍ଗ ହୋଇପାରେ ବୋଲି ଅନୁମାନ କରାଯାଉଛି । ହିମା ପୂର୍ବରୁ ଆହତ ହୋଇ ଦୀର୍ଘ ଦିନ ହେବ ସେ ଜାତୀୟ ଶିବିରରେ ନାହାନ୍ତି । ତେଣୁ ତାଙ୍କୁ ଏସୀୟ କ୍ରୀଡା ପାଇଁ ଜାତୀୟ ଦଳରେ ସାମିଲ କରାଯାଇନଥିଲା। ଭାରତୀୟ ଆଥଲେଟ ମହାସଂଘର ଜଣେ ଅଧିକାରୀ କହିଛନ୍ତି, ଆସାମର ୨୩ ବର୍ଷୀୟ ଧାବିକା ଗତ ୧୨ ମାସ ମଧ୍ୟରେ ୩ ଥର ରହଣୀ ସ୍ଥାନ ନିୟମର ଉଲ୍ଲଘଂନ କରିଛନ୍ତି । ଏନେଇ ନାଡା ପକ୍ଷରୁ ତାଙ୍କୁ ସାମୟିକ ଭାବେ ବାସନ୍ଦ କରାଯାଇଛି ।” ହିମା ଦାସ ୨୦୧୮ ଜାର୍କାତାରେ ଏସିଆନ ଗେମ୍ସରେ ସେ ବ୍ୟକ୍ତିଗତ ୪୦୦ମିଟର ଦୌଡରେ ରୌପ୍ୟ ପଦକ ଜିତିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button