ଦେଶ

ଭୟଙ୍କର ସଡ଼କ ଦୁର୍ଘଟଣା; ୬ ମୃତ, ୨ ଗୁରୁତର – Ibnodisha

[ad_1]

ଚେନ୍ନାଇ: ତାମିଲନାଡୁର ସଲିମରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର ଦିନ ଏଠାରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣା ଭୋର୍‌ ପ୍ରାୟ ୪ଟା ସମୟରେ ସଲିମ-ଏରୋଡ଼ ରାଜପଥରେ ଘଟିଥିବା ସୂଚନା ରହିଛି। ରିପୋଟର୍ରୁ ପ୍ରକାଶ ଯେ ଦ୍ରୁତ ଗତିରେ ଆସୁଥିବା ଏକ ଭ୍ୟାନ ଛିଡ଼ା ହୋଇ ରହିଥିବା ଏକ ଲୋରିକୁ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଥିଲା। ମୃତକମାନେ ହେଉଛନ୍ତି ସେଲଭାରାଜ, ମଞ୍ଜୁଲା, ଅରୁମୁଗାମ, ପଲାନିସାମି, ପପ୍ପଥି ଏବଂ ଜଣେ ୧ ବର୍ଷର ଶିଶୁ। ଦୁର୍ଘଟଣା ସମୟରେ ଏମାନେ ସମସ୍ତେ ଏଙ୍ଗୁରରୁ ପେରୁନଥରାଇ ଯାଉଥିଲେ।

ଭ୍ୟାନ୍‌ରେ ସମୁଦାୟ ୮ ଜଣ ଯାତ୍ରା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭ୍ୟାନର ଡ୍ରାଇଭର ଭିଗ୍ନେଶ ଏବଂ ଅନ୍ୟ ଜଣେ ଯାତ୍ରୀ ପ୍ରିୟା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକମାନଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌ ପଠାଯାଇଥିଲା। ଏକ ସିସିଟିଭି ଫୁଟେଜ୍‌କୁ ପାଇବା ପରେ ପୁଲିସ୍‌ ଦୁର୍ଘଟଣାର ତଦନ୍ତ କରୁଛି। ସିସିଟିଭି ଫୁଟେଜ୍‌ରେ ସଂପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି। କିପରି ଲୋରିଟି ରାସ୍ତା କଡ଼ରେ ଛିଡ଼ା ହୋଇ ରହିଥିବା ବେଳେ ପଛରୁ ଆସି ଏକ ଭ୍ୟାନ୍‌ ତାକୁ ଧକ୍କା ଦେଉଛି ତାହା ଦେଖିବାକୁ ମିଳିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button