ଦେଶ

ପୋଡି ଯାଇଥିବା ବାସନକୁ ସଫା କରନ୍ତୁ ମିନିଟରେ, ଏହି ଉପାୟକୁ ନିଶ୍ଚୟ ଆପଣେଇ ଦେଖନ୍ତୁ

ପ୍ରାୟ ସମୟରେ ଏମିତି ହୋଇଥାଏ ଯେ ଆପଣ ରୋଷେଇ ଘରେ ଗ୍ୟାସରେ କ୍ଷୀର କିମ୍ବର ତରକାରୀ ବସାଇ ଭୁଲି ଯାଇଥାନ୍ତି, ଯାହା ଫଳରେ ତାହା ଜଳିଯାଏ ଏବଂ ବାସନ ମଧ୍ୟ ଜଳିବା କାରଣରୁ କଳା ପଡିଯାଏ। ଏହି ପୋଡି ଯାଇଥିବା ବାସନକୁ ସଫା କରିବା ପ୍ରାୟ ମହିଳା ବହୁତ କଷ୍ଟ କରିଥାନ୍ତି କିନ୍ତୁ କୌଣସି ସୁଫଳ ମିଳିନଥାଏ। ଘଣ୍ଟା ଘଣ୍ଟା ଧରି କସରତ କରିବା ପରେ ମଧ୍ୟ ବାସନ ଭଲଭାବେ ସଫା ହୋଇନଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବିଷୟରେ ଜଣାଇବୁ ଯାହା ସାହାଯ୍ୟରେ ଆପଣ ସହଜରେ ପୋଡା ଦାଗକୁ ଛଡାଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ।

ଲୁଣ

ପୋଡି ଯାଇଥିବା ବାସନରେ ଲୁୂଣ ଏବଂ ପାଣି ମିଶାଇ ଦିଅନ୍ତୁ। ଏହାକୁ ୪ ମିନିଟ ପଯ୍ୟର୍ନ୍ତ ଫୁଟାଇ ରଖନ୍ତୁ। ଏହାପରେ ବାସନ ମଜା ଜାଲିରେ ଦାଗ ଉପରେ ରଗଡନ୍ତୁ।

Baking Sodaବେକିଂ ସୋଡା

ଜଳି ଯାଇଥିବା ବାସନରେ ୧ ଚାମଚ ବେକିଂ ସୋଡା ପକାନ୍ତୁ। ଏହାପରେ ୨ ଚାମଚ ଲେମ୍ବୁ ରସ ଏବଂ ୨ କପ୍ ଗରମ ପାଣି ମିଶାନ୍ତୁ। ଏବେ ଏକ ବାସନ ମଜା ଜାଲିରେ ରଗଡି ଘସନ୍ତୁ। ଆପଣଙ୍କ ପୋଡିଯାଇଥିବା ବାସନରେ ବିଲକୁଳ ଚମକ ଆସିଯିବ।

ଟମାଟୋ ରସ

ଟମାଟୋ ରସ ବହୁତ କାମିକା। ପୋଡି ଯାଇଥିବା ବାସନରେ ଟମାଟୋ ରସ ଏବଂ ପାଣିକୁ ଗରମ କରନ୍ତୁ। ଏହାପରେ ବ୍ରସ ସାହାଯ୍ୟରେ ସଫା କରନ୍ତୁ। ଆପଣ ଚାହିଁବେ ତ ଏଥିରେ ଲୁଣର ମଧ୍ୟ ବ୍ୟବହାର କରିପାରିବେ।

lemon_waterଲେମ୍ବୁ ରସ

ଗୋଟିଏ ଲେମ୍ବୁ ନେଇ ବାସନରେ ରଗଡନ୍ତୁ। ଏହାପରେ ଏଥିରେ ୩ କପ୍ ଗରମ ପାଣି ମିଶାଇ ଫୁଟାନ୍ତୁ। ଏବେ ବ୍ରଶ ଦ୍ୱାରା ଜଳି ଯାଇଥିବା ଦାଗକୁ ସଫା କରନ୍ତୁ।

ତେନ୍ତୁଳି ରସ

ତେନ୍ତୁଳି ରସ ଦାଗ ଛଡାଇବା ପାଇଁ ବହୁତ ଭଲ ଉପାୟ ଅଟେ। ଏହା ମଧ୍ୟ ଟମାଟୋ ରସ ଭଳି କାମ କରିଥାଏ। ପିଆଜର ଛୋଟ ଖଣ୍ଡକୁ କାଟି ପୋଡି ଯାଇଥିବା ବାସନରେ ପାଣି ମିଶାଇ ଫୁଟାନ୍ତୁ। କିଛି ସମୟ ପରେ ଆପଣ ଦେଖିବେ ପୋଡା ଦାଗ ସବୁ ପାଣିରେ ଭାସିବ। ଏଥିରୁ ଆପଣ ଜାଣିପାରିବେ ଯେ ଦାଗ ଛାଡି ଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button