ରାଜ୍ୟ

ମୃଦ୍ୟୁ ପାନୀୟରେ ନିଶା ଦେଇ ଛାତ୍ରଙ୍କଠାରୁ ଲୁଟିନେଲେ! – Ibnodisha

[ad_1]

ବଲାଙ୍ଗିର : ମୃଦ୍ୟୁ ପାନୀୟରେ ନିଶା ଦେଇ ଛାତ୍ରଙ୍କଠାରୁ ଲୁଟିନେଲେ ଟଙ୍କା ଓ ମୋବାଇଲ। ୩ଜଣ ଛାତ୍ରଙ୍କୁ ଅଚେତ ଅବସ୍ଥାରେ ରେଲୱେ ଷ୍ଟେସନରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ। ଛାତ୍ରମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ ଏସ୍‌ଏସ୍‌ସି ପରୀକ୍ଷା ଥିଲା। ସେଥିପାଇଁ ବେଳପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସିଶୀଳ ମହାନନ୍ଦ ସମସ୍ତେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସାରି ଛାତ୍ରମାନେ ଗତକାଲି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ। ଟ୍ରେନଟି ବିଳମ୍ବରେ କଣ୍ଟାବାଞ୍ଜିରେ ପହଞ୍ଚିବାରୁ ରାତିରେ waiting ହଲ୍‌ରେ ଶୋଇକି ସକାଳୁ ନିଜ ନିଜ ଗାଁକୁ ଯିବା ପାଇଁ ସ୍ଥିର କରିଥିଲେ । ପରେ ଛାତ୍ରମାନେ ଥଣ୍ଡା ଷ୍ଟେସନରେ ନିକଟରେ ଥିବା ଦୋକାନରୁ ମୃଦ୍ୟୁ ପାନୀୟ କିଣି ପିଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button