ଖେଳ

ଚାମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଭାରତ , ଏହି ସ୍ଥାନରେ ହୋଇପାରେ ମ୍ୟାଚ ..

ଚାମ୍ପିଅନ୍ସ ଟ୍ରଫି 2025 ପାକିସ୍ତାନରେ ଆୟୋଜିତ ହେବ । ହେଲେ ଏହି ଟୁର୍ନାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯବ ନାହିଁ ଟିମ୍ ଇଣ୍ଡିଆ ।  ରିପୋର୍ଟ ଅନୁଯାୟୀ, ଭାରତରେ କ୍ରିକେଟ୍ ବୋର୍ଡ ଆଇସିସି ସହିତ ଏ ସମ୍ପର୍କରେ ଆଲୋଚନା କରିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରିବ । ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହେବବୋଲି କୁହାଯାଉଛି  ।  ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାର କୌଣସି ସମ୍ଭାବନା ନାହିଁ।

ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଆଇସିସି ସହ ଆଲୋଚନା କରିବ । ଅବଶିଷ୍ଟ ମ୍ୟାଚ୍ ପାକିସ୍ତାନରେ ଖେଳାଯିବ ହେଲେ କେବଳ ଟିମ୍ ଇଣ୍ତିଆ ମ୍ୟାଚ୍ ଅନ୍ୟସ୍ଥାନରେ ଖେଳାଯିବ । ଏହାପୂର୍ବରୁ ଏସିଆ କପରେ ମଧ୍ୟ ସମାନ ଘଟଣା ଘଟିଥିଲା ଯାହା ପରେ ଭାରତ ଏହାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା । ସୂଚନା ଅନୁଯାୟୀ , ଟିମ୍ ଇଣ୍ଡିଆର କୌଣସି ଖେଳାଳି ପାକିସ୍ତାନ ଯିବାକୁ ପ୍ରସ୍ତୁତ ନୁହଁନ୍ତି । କିନ୍ତୁ ପାକିସ୍ତାନ କ୍ରିକେଟ୍ ଦଳ ଗତ ବର୍ଷ ଏକଦିବସୀୟ ବିଶ୍ୱକପ ପାଇଁ ଭାରତ ଆସିଥିଲେ। ଯାହାକୁ ନେଇ ବର୍ତ୍ତମାନ ଆଲୋଚନା ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button