ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ – Ibnodisha

[ad_1]

ଭୁବନେଶ୍ୱର : ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ ନାୟକ । ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା । ଦଳରେ ଅଣଦେଖଶ ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ଦେଇଥିବା କହିଛନ୍ତି ଶ୍ରୀ ନାୟକ । ଦଳରେ ମୋତେ ଅଣଦେଖା କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେ ମଧ୍ୟ ଅସେନ୍ତାଷ ଥିଲେ । ଶେଷରେ ଏଭଳି ପଦକ୍ଷେପ ନେଇଛନ୍ତି । ଦଳରେ ଅଣଦେଖା ଅଭିଯୋଗ କରି ପ୍ରେମାନନ୍ଦ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button