ରାଜ୍ୟ

ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା – Ibnodisha

[ad_1]

ଭୁବନେଶ୍ୱର : ଶୁକ୍ରବାରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। କିଛି ସ୍ଥାନରେ ହାଲୁକା ବର୍ଷା ଓ କିଛି ସ୍ଥାନରେ କୁହୁଡ଼ି ପରିଲକ୍ଷିତ ହେବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଜପତି,ଗଞ୍ଜାମ, କୋରାପୁଟ, ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ମଧ୍ୟମଧରଣର କୁହୁଡ଼ି ହେବାର ସୂଚନା ମିଳିଛି । ୧୨ ଓ ୧୩ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବ। ଫଳରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହୁଥିବା ବେଳେ ୮ ତାରିଖରେ ରାଜ୍ୟର ପାରଳାଖେମୁଣ୍ଡି ଠାରେ ସର୍ବୋଚ୍ଚ ତାପମାତ୍ରା ୩୪.୮ ଡିଗ୍ରି ରହିଥିଲା।ତେବେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ଓ ନୟାଗଡ଼ରେ ଘନକୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା‌ ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା।

The post ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button