ଦେଶ

ଡିଜେଲ ଗାଡ଼ି ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବା କର ବୃଦ୍ଧି ପାଇଁ ଦାବି କଲେ ନୀତିନ ଗଡ଼କରୀ – Ibnodisha

[ad_1]

ନୂଆଦିଲ୍ଲୀ: ୬୩ତମ ସୋସାଇଟି ଅଫ ଭାରତୀୟ ଅଟୋମୋବାଇଲ ନିର୍ମାତା(ଏସଆଇଏଏମ) ସମ୍ମିଳନୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଡିଜେଲ ଗାଡ଼ି ଚାଳକଙ୍କ ପାଇଁ ଚିନ୍ତାର କାରଣ ପାଲଟି ପାରେ ବୋଲି କୁହାଯାଉଛି। ନୀତିନ କହିଛନ୍ତି, ‘ମୁଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଡିଜେଲ ଇଞ୍ଜନ ଓ ଗାଡ଼ି ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବା କର ବା ଜିଏସ୍‌ଟି ଲାଗୁ ପାଇଁ ଅନୁରୋଧ କରିବାର ଯୋଜନା କରିଛି । କ‌ାରଣ ଡିଜେଲ ଯାନଗୁଡ଼ିକ ଦ୍ୱାରା ପରିବେଶ ଅଧିକ ପ୍ରଦୂଷଣ ହେଉଛି ।

ତେଣୁ ସରକାର ରାସ୍ତାରୁ ଡିଜେଲ ଯାନଗୁଡ଼ିକର ସଂଖ୍ୟା ହ୍ରାସ କରିବା ପାଇଁ ଚାହୁଁଛନ୍ତି। ଏନେଇ ମୁଁ ୧୦/୧୫ଦିନ ହେବ ଏକ ପତ୍ର ପ୍ରସ୍ତୁତ କରି ରଖିଛି। ଯାହାକୁ ଆଜି ସନ୍ଧ୍ୟା ସୁଦ୍ଧା ମୁଁ ଅର୍ଥମନ୍ତ୍ରୀଙ୍କ ନିକଟ‌ରେ ଜମା କରିବି। ମୁଁ ଅଟୋମୋବାଇଲ କମ୍ପାନିଗୁଡ଼ିକୁ ଡିଜେଲ ଗାଡ଼ିର ନିର୍ମାଣ କମ କରିବା ସହିତ ଡିଜେଲରେ ଚାଲୁଥିବା ଗାଡ଼ି ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବାକର ଲାଗୁ କରିବା ଦିଗ‌ରେ ଚିନ୍ତା କରିବା ପାଇଁ ଅନୁରୋଧ କରୁଛି।’ ନୀତିନ ଗଡ଼କରୀ ଆହୁରି କହିଛନ୍ତି ଯେ, ୨୦୧୪ରୁ ଡିଜେଲ କାର୍‌ ଉତ୍ପାଦନରେ ହ୍ରାସ ଘଟିଛି। ପୂର୍ବରୁ ମୋଟ୍‌ ଉତ୍ପାଦନର ୫୨ ପ୍ରତିଶତ ଅଂଶ ଗ୍ରହଣ କରାଯାଉଥିଲା । ହେଲେ ଏବେ ଏହା ହ୍ରାସ ପାଇ ୧୮ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ନୂତନ ଡିଜେଲ କାର୍‌ ତିଆରି କରିବା ଠିକ୍‌ ନୁହେଁ । ଦେଶରେ ଡିଜେଲ୍‌ କାର୍‌ ଗୁଡ଼ିକର ବ୍ୟବହାର କମ୍‌ କରାଯିବା ଉଚିତ୍‌ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button