ମନୋରଞ୍ଜନ

ଭାଗ୍ୟଶାଳୀ ସ୍ତ୍ରୀଙ୍କ ଏହି 7ଟି ଅଙ୍ଗରେ ରହିଥାଏ ତିଳ ଚିହ୍ନ, ଏବେ ହିଁ ଦେଖନ୍ତୁ ଆପଣଙ୍କର ଅଛିକି? Samudrika Shastra

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ମଣିଷ ଶରୀରରେ କଳାଜାଇ ରହିଥାଏ । ଏହି କଳାଯାଇ ମଣିଷର ଭାଗ୍ୟ, ଭବିଷ୍ୟ, ଶୋଭତା, ଜୀବନରେ କେତେ ଉନ୍ନତି ମିଳିବ ତାହା ଦର୍ଶାଇଥାଏ । କିନ୍ତୁ ଶରୀରରେ ଥିବା କଳାଜାଇ ଶୁଭ ହୋଇଥିବ ଓ ଆପଣଙ୍କୁ ଲାଭ ପହଞ୍ଚାଇବ ଏହି ମାନ୍ୟତା ସଠିକ ନୁହେଁ । ଶରୀରର କେଉଁ ଅଙ୍ଗରେ କଳାଜାଇ ରହିଛି ତାହାର ବିଶେଷ ମହତ୍ଵ ରହିଥାଏ । ଶାସ୍ତ୍ର ଅନୁଯାୟୀ ଅନେକ କଥା କୁହଯାଉଛି ଯେଉଁଥିରେ କଳାଜାଇ ଓ କଳାଜାଇ ଥିବା ଜାଗାର ଅନେକ ସାରା ରହସ୍ୟ ଉଜାଗର ହୋଇଥାଏ । ଆଜି ଆମେ ଆପଣଙ୍କୁ କଳାଜାଇ ଥିବାର ବିଶେଷତା ବିଷୟରେ କହିବାକୁ ଯାଉଛୁ ।

୧- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ନାକ ଉପରେ କଳାଜାଇ ଥାଏ ସେମାନେ ସ୍ବାଭାମାନି ହୋଇଥାନ୍ତି । ଏମାନେ ଜୀବନରେ ନିଜର ବୁଦ୍ଧି ବଳରେ ଆଗକୁ ବଢିଥାନ୍ତି । ନାକ ଉପରେ କଳାଜାଇ ଥିବାରୁ ଏମାନଙ୍କର ସ୍ଵଭାବ ଅଲଗା ହୋଇଥାଏ କିନ୍ତୁ ଏମାନଙ୍କର ମନ ସଫା ହୋଇଥାଏ । ମହିଳା ବ ପୁରୁଷ ମାନେ ଜୀବନରେ ପ୍ରଗତି ଆଡକୁ ଅଗ୍ରସର କରିଥାନ୍ତି ।

୨- ହାତର ମଝି ଭାଗରେ କଳାଜାଇ ଥିଲେ ଏଭଳି ବ୍ୟକ୍ତି ଶୁଭ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏମାନଙ୍କର କୌଣସି କାମ କେବେ ଅଟକ ରହେ ନାହି । କିନ୍ତୁ ଏମାନଙ୍କର ଭାଗ୍ୟ ଉଦୟ ବିବାହ ପରେ ହୋଇଥାଏ । ଏମାନଙ୍କ ପାଖରେ ଧନର ଅଭାବ କେବେ ହୁଏ ନାହି ।

୩- ପାଦର ଆଙ୍ଗୁଠି ଉପରେ କଳାଜାଇ ଥିଲେ ଏଭଳି ବ୍ୟକ୍ତିଙ୍କୁ ଭାଗ୍ୟ ଓ ଧନର ଲାଭ ମିଳିଥାଏ । କିନ୍ତୁ ଏମାନେ ମଉଜ ମସ୍ତି ଓ ଭ୍ରମଣ ପ୍ରିୟ ହୋଇଥାନ୍ତି । ଏହି କାରଣରୁ ଏମାନଙ୍କ ପାଖରେ କେବେ ବି ଧନ ରୁହେ ନାହି । କିନ୍ତୁ ଏମାନେ ଜୀବନକୁ ଖୋଲି କରି ବଞ୍ଚିବା ସହ ଅନ୍ୟକୁ ଲାଭ ଦେଇଥାନ୍ତି । ଏମାନେ ଜୀବନର ପ୍ରତେକ ମୁହୂର୍ତ୍ତକୁ ମଜାରେ ବ୍ଯତୀତ କରିଥାନ୍ତି ।

୪- ହାତର ମାଧ୍ୟମ ଆଙ୍ଗୁଠିରେ କଳାଜାଇ ବହୁତ କା ଲୋକଙ୍କ ହାତରେ ଦେଖାଯାଏ । ଯେଉଁ ବ୍ଯକ୍ତିଙ୍କ ହାତରେ ଏଭଳି କଳାଜାଇ ଥାଏ ସେମାନେ ଭାଗ୍ୟ, କର୍ମ ଉଭୟରେ ଧନୀ ହୋଇଥାନ୍ତି । ଏମାନେ ନିଜର ଭାଗ୍ୟ ନିଜେ ଲେଖିଥାନ୍ତି । ଏମାନଙ୍କ ଜନ୍ମ ଯେତେ ଗରିବ ଘରେ ହୋଇଥିଲେ ଜୀବନରେ ଆଗକୁ ବଢିବାରେ ଓ ସଫଳତା ହାସଲ କରିବାରେ କେହି ରୋକୀ ପାରନ୍ତି ନାହି ।

୫- ଯେଉଁ ବ୍ୟକ୍ତିଙ୍କ ଗଳା ପାଖରେ କଳାଜାଇ ଥାଏ ସେମାନଙ୍କୁ ବୁଦ୍ଧିମାନ କୁହାଯାଏ । ଏମିତି ବ୍ୟକ୍ତି ଜୀବନରେ ବୁଦ୍ଧି ବଳରେ ଧନ ଅର୍ଜିତ କରିବା ସହ ସବୁ କମରେ ସଫଳତା ହାସଲ କରିଥାନ୍ତି । ଯେଉଁ ମହିଳାଙ୍କ ଗଳା ପାଖରେ କଳାଜାଇ ରହିଥାଏ ସେମାନେ ଚତୁର ଓ ସୌନ୍ଦର୍ଜ୍ୟ ପୂର୍ଣ୍ଣ ହୋଇଥାନ୍ତି ।

୬- ଯେଉଁ ବ୍ୟକ୍ତିଙ୍କ କାନରେ କଳାଜାଇ ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି । ଏମାନେ ସର୍ବଦା ଅନ୍ୟ ମାନଙ୍କର କଥା ଶୁଣିଥାନ୍ତି କିନ୍ତୁ ବିଚାର ଅନୁଯାୟୀ କାମ କରିଥାନ୍ତି । ଏହି ସ୍ବଭାବ କାରଣରୁ ଜୀବନରେ ନେଇଥିବା ନିସ୍ପତି କେବେ ଭୁଲ ସାବ୍ୟସ୍ତ ହୁଏ ନାହି ।

Related Articles

Leave a Reply

Your email address will not be published. Required fields are marked *

Back to top button