ଦେଶ

ସମ୍ପୂର୍ଣ୍ଣ ହେଲା କୃଷି ଆଇନ ପ୍ରତ୍ୟାହାର ପ୍ରକ୍ରିୟା, ସଂସଦ ପରେ ବିଲ ଉପରେ ରାଷ୍ଟ୍ରପତି ଲଗାଇଲେ ମୋହର।

IBN ଓଡିଶା(ବ୍ୟୁରୋ) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି କୃଷି ଆଇନ ପ୍ରତ୍ୟାହାର କରିବା ବିଲ ଉପରେ ମୋହର ମାରିଛନ୍ତି । ଆଇନ ପ୍ରତ୍ୟାହାର ବିଧେୟକ ନଭେମ୍ବର ୨୯ ତାରିଖରେ ଉଭୟ ସଦନରେ ପାରିତ ହୋଇଥିଲା । ଏହି ୩ ଟି କୃଷି ଆଇନ ପ୍ରତ୍ୟାହାର, ଏମଏସପିକୁ ଆଇନ ପରିସରଭୂକ୍ତ କରିବା ଦାବିରେ ୧ ବର୍ଷରୁ ଅଧିକ ସମୟ ହେବ କୃଷକମାନେ ଆନ୍ଦୋଳନ ଚଳାଇଥିଲେ । ସଂଯୁକ୍ତ କିଷାନ ମୋର୍ଚ୍ଚାର ବ୍ୟାନର ତଳେ କୃଷକମାନେ ଦିଲ୍ଲୀର ସିଂଘୁ ସୀମା, ଟିକରି ସୀମା ଓ ଗାଜୀପୁର ସୀମାରେ ଆନ୍ଦୋଳନ ଜାରି ରଖିଥିଲେ ।
ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଗୁରୁପର୍ବ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି କୃଷି ଆଇନ ପ୍ରତ୍ୟାହାର ହେବା ନେଇ ସଂକେତ ଦେଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ କି ଏମଏସପିକୁ ନେଇ ଏକ କମିଟି ଗଠନ କରାଯିବ । ଅନ୍ୟପଟେ ୩ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଏହାକୁ ସ୍ୱାଗତ କରିଥିଲେ କୃଷକ ସଂଗଠନମାନେ । ହେଲେ ଏମଏସପି ଲାଗୁ, ଆନ୍ଦୋଳନ କ୍ରମରେ ମୃତ୍ୟୁ ହୋଇଥିବା କୃଷକଙ୍କ ପରିବାରକୁ ସହାୟତା ଓ କୃଷକଙ୍କ ଉପରେ ଦାୟର ହୋଇଥିବା ମାମଲା ପ୍ରତ୍ୟାହାର ଦାବିରେ ଏବେ ବି କୃଷକମାନେ ଆନ୍ଦୋଳନରେ ବସିଛନ୍ତି ।ଏନେଇ ଆଜି (ବୁଧବାର) ଭାରତୀୟ କିଷାନ ସଭାର ମହାସଚିବ ହୁମାନ ଓଲ୍ଲା କହିଛନ୍ତି କି ଆନ୍ଦୋଳନ ସେତେବେଳେ ସମାପ୍ତ ହେବ ଯେତେବେଳେ ସରକାର ଆନ୍ଦୋଳନ କ୍ରମରେ ମୃତ୍ୟୁବରଣ କରିଥିବା ୬୮୭ ଜଣ କୃଷକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିବେ , ଆନ୍ଦୋଳନକୁ ନେଇ କୃଷକ ମାନଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର କରିବେ ଓ ଏମଏସପିକୁ ଆରନ ପରିସର ଭିତରକୁ ଆଣିବାକୁ କୃଷକ ସଂଗଠନ ସହ ଚର୍ଚ୍ଚା କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button