ସମ୍ପତ୍ତି ବିବାଦରୁ ଡବଲ ମର୍ଡର; ବାପା ଓ ମାମୁଁଙ୍କୁ ହତ୍ୟା କଲା ଯୁବକ – Ibnodisha

[ad_1]
ବିଶାଖାପାଟଣା: ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ନିଜ ବାପା ଓ ମାମୁଁଙ୍କୁ ବୀଭତ୍ସ ହତ୍ୟା କଲା ଯୁବକ । ଶନିବାର ଘଟିଥିବା ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର ମିଲାରଦେଭୁପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଡବଲ ମର୍ଡର । ସେପଟେ ହତ୍ୟାକାଣ୍ଡ ସମୟର ଭିଜୁଆଲ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସୂଚନା ଅନୁସାରେ, ବାବୁଲ ରେଡ୍ଡୀନଗରରେ ରହୁଥିବା ଲକ୍ଷ୍ମୀ ନାରାୟଣ ଏକ ଛୋଟ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ଲକ୍ଷ୍ମୀନାରାୟଣ ଏବଂ ଅନିତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ରହିଛନ୍ତି । ବଡ଼ ପୁଅ ରାକେଶ ଜଣେ ଅଟୋ ଚାଳକ । ତେବେ ରାକେଶ ମା’ ଅନିତାଙ୍କ ନାଁରେ ୧୫ ଲକ୍ଷ ଟଙ୍କାର ଏକ ହୋମ୍ ଲୋନ୍ ବ୍ୟାଙ୍କରୁ ଆଣିଥିଲା । ଯାହାକୁ ପରିଶୋଧ କରିବା ପାଇଁ ପରିବାରଲୋକେ ରହୁଥିବା ଏକ ୬୦ ୟାର୍ଡର ଘରକୁ ବିକ୍ରି କରି ଦେଇଥିଲା ରାକେଶ ।
ଘର ବିକ୍ରି କରିବା ପରେ ସେ ଆଣିଥିବା ଋଣ ପରିଶୋଧ କରିଥିଲା । ଯାହାକି ୧୫ ଲକ୍ଷ ଟଙ୍କା ଥିଲା । ପରବର୍ତ୍ତୀ ସମୟରେ ଏହି ଘରକୁ କିଣିଥିବା ବ୍ୟକ୍ତି ନିଜ ନାଁରେ ଘର ରେଜିଷ୍ଟ୍ରି କରିବା ପାଇଁ ଆସି ପହଞ୍ଚିଥିଲେ । ବ୍ୟକ୍ତି ଜଣକ ଆଉ କେହି ନୁହେଁ, ବରଂ ରାକେଶରୁ ମାମୁଁ ଥିଲେ । ଗତ ଶନିବାର କୁର୍ଣ୍ଣୁଲ ଜିଲ୍ଲାର ମନ୍ତ୍ରୀଲୟମରୁ ଆସି ରଙ୍ଗାରେଡ୍ଡୀରେ ପହଞ୍ଚିଥିଲେ ରାକେଶର ମାମୁଁ ଶ୍ରୀନିଭାସୁଲୁ । ଘର ବାବଦକୁ ଶ୍ରୀନିଭାସୁଲୁ ଦେଇଥିବା ଟଙ୍କାରୁ କିଛି ବାପା ମାଙ୍କୁ ଦେବାକୁ ସେ ରାକେଶକୁ ପରାମର୍ଶ ଦେଇଥିଲେ । ହେଲେ ରାକେଶ ଏଥିରେ ଅରାଜି ହୋଇଥିଲା । ଏହି କଥାବାର୍ତ୍ତା ପରେ ଶ୍ରୀନିଭାସୁଲୁ ବାହାରକୁ ଚାଲିଯାଇଥିଲେ । ହେଲେ ସେହି ସମୟରେ ନିଜ ବାପା ମା’ଙ୍କ ସହ ରାକେଶର ବଚସା ହୋଇଥିଲା । ବାପା ମା’ ନିଜ ଜିଦରେ ଅଟଳ ରହିଥିବାରୁ ରାଗି ଯାଇଥିଲା ରାକେଶ । ଏହାପରେ ସେ ଉତ୍ତ୍ୟକ୍ତ ହୋଇ ବାପାଙ୍କୁ ଘର ବାହାରକୁ ଘୋଷାଡ଼ି ଆଣି ତଳେ ପକାଇଦେଲା । ପରେ ପଥରରେ ଛେଚି ହତ୍ୟା କରିଥିଲା । ଖାଲି ସେତିକି ନୁହେଁ, ପୁଣି ଥରେ ଘର ଭିତରୁ ଏକ ଲୁହା ରଡ୍ ଆଣି ବାପାଙ୍କ ମୁଣ୍ଡରେ ପ୍ରହାର କରିଥିଲା ।
[ad_2]