ଫେବ୍ରୁଆରୀ ୮ଯାଏ ବିଏସ୍କେୱାଇ ନବୀନ କାର୍ଡ ପଞ୍ଜୀକରଣ – Ibnodisha

[ad_1]
ଭୁବନେଶ୍ୱର: ବିଏସ୍କେୱାଇ ନବୀନ କାର୍ଡ ଆବେଦନ ପଞ୍ଜୀକରଣ ଅବଧି ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି । ପୂର୍ବରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଥିଲା । ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜୀକରଣ ଅବଧିକୁ ବୃଦ୍ଧି କରାଯାଇଛି ।
ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧କୋଟି ୧୦ଲକ୍ଷରୁ ଅଧିକ ପରିବାର, ଯାହାକି ଲୋକ ସଂଖ୍ୟାର ୯୦ପ୍ରତିଶତ ସାମିଲ ହେବେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସହରାଞ୍ଚଳ ଲୋକ ଓ ସରାକାରୀ କର୍ମଚାରୀଙ୍କୁ ସାମିଲ କରାଯିବ । ବିଏସ୍କେୱାଇ ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
[ad_2]