ଦେଶ

ଚନ୍ଦ୍ରବାବୁଙ୍କ ଆଗୁଆ ଜାମିନ ଖାରଜ କରିବାକୁ ମନା କଲେ ସୁପ୍ରିମକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅମରାବତୀ ଇନର ରିଙ୍ଗ ରୋଡ ଘୋଟାଲା ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ହାଇକୋର୍ଟରୁ ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଥିବା ଆଗୁଆ ଜାମିନକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ୨୦୨୨ ମସିହା ଅମରାବତୀ ରିଙ୍ଗରୋଡ ସ୍କାମ ମାମଲାରେ ଜାନୁଆରୀ ୧୦ ତାରିଖରେ ଆନ୍ଧ୍ର ହାଇକୋର୍ଟ ଚନ୍ଦ୍ରବାବୁଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ । ଏହାକୁ ଆନ୍ଧ୍ର ସରକାର ସର୍ବୋଚ୍ଚକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ କୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି । ଆଜି ଜଷ୍ଟିସ ସଞ୍ଜିବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ମାମଲାର ଶୁଣାଣି ହୋଇଛି ।

୨ ଜଣିଆ ଖଣ୍ଡପୀଠ ପୂର୍ବରୁ ଏହି ମାମଲାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିଚାର କରି ଏହି ମାମଲାକୁ ଏବେ ଖାରଜ କରିଦେଇଛନ୍ତି । ଚନ୍ଦ୍ରବାବୁ ନାଇଡୁ ଗତବର୍ଷ (୨୦୨୩) ସେପ୍ଟେମ୍ବର ୯ ତାରିଖରେ ଦକ୍ଷତା ବିକାଶ ଯୋଜନାରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ତାଙ୍କୁ ପ୍ରାୟ ୩ଶହ କୋଟି ଟଙ୍କା ଘୋଟାଲା ଅଭିଯୋଗରେ ଆନ୍ଧ୍ର ପ୍ରଦେଶ ସିଆଇଡି ଗିରଫ କରିଥିଲା । ୨୦୨୩ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବା ପରେ ପ୍ରଥମେ ୪ ସପ୍ତାହର ଅନ୍ତରୀଣ ଜାମିନ ଓ ପରେ ନିୟମିତ ଜାମିନ ପାଇଥିଲେ । ପରେ ସେ ଇନ୍ନର ରୋଡ ଘୋଟାଲା ମାମଲା ଓ ବାଲି ଘୋଟାଲା ପରି ଅନ୍ୟ କିଛି ମାମଲାରେ ମଧ୍ୟ ଆଗୁଆ ଜାମିନ ପାଇଥିଲେ ।

ଏହାକୁ ଚ୍ୟାଲେଞ୍ଜ କରି ଆନ୍ଧ୍ର ସରକାର ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲା । ଆଜି ଜଗନ ସରକାରକୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି । ସରକାରଙ୍କ ଆବେଦନ ଖାରଜ ହେବା ସହ ହାଇକୋର୍ଟଙ୍କ ଆଦେଶକୁ ସର୍ବୋଚ୍ଚ କୋର୍ଟ ବଲବତ୍ତର ରଖିଛନ୍ତି । ତେବେ ଏକାଧିକ ଘୋଟାଲାରେ ଛନ୍ଦି ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ଏହାକୁ ରାଜନୈତିକ ଅସହିଷ୍ଣୁତା ବୋଲି ଅଭିଯୋଗ କରିଛନ୍ତି । ସେ ନିଜ ବିରୋଧରେ ଜାରି ରହିଥିବା ସମସ୍ତ ମାମଲାକୁ ଖାରଜ କରିବା ପାଇଁ ମଧ୍ୟ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଛନ୍ତି, ଯାହାର ଶୁଣାଣି ଜାରି ରହିଛି । ଅନ୍ୟପଟେ ଚଳିତବର୍ଷ ସାଧାରଣ ନିର୍ବାଚନ ସହ ଆନ୍ଧ୍ରରେ ବିଧାନସଭା ନିର୍ବାଚନ ମଧ୍‌ଯ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏକାଧିକ ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଯିବା ଆନ୍ଧ୍ର ରାଜନୀତିକୁ ମଧ୍ୟ ଉଷ୍ଣ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button