ରାଜ୍ୟ

ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ବୋମାରେ ଉଡାଇଦେବାକୁ ଧମକ

ୟପୁର: ରାଜସ୍ଥାନର ଅନେକ ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ନେଇ ଚିଠି ପାଇବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସତର୍କ ହୋଇପଡିଛନ୍ତି।

ହନୁମାନଗଡର ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ୟାର ଲାଲ ମୀନା କହିଛନ୍ତି ଯେ ହନୁମାନଗଡ ଷ୍ଟେସନ ମାଷ୍ଟରଙ୍କ ନିକଟକୁ କେହି ଅଜ୍ଞାତ ବ୍ୟକ୍ତି ଏକ ଧମକପୂର୍ଣ୍ଣ ଚିଠି ପଠାଇଛି। ଚିଠିରେ ଜୈଶ-ଏ-ମହମ୍ମଦ ନାମରେ ଧମକ ଦିଆଯାଇଛି ଯେ ଅକ୍ଟୋବର ୩୦ରେ ଗଙ୍ଗନଗର ରେଳ ଷ୍ଟେସନ ସମେତ ହନୁମାନଗଡ, ଯୋଧପୁର, ବିକାନେର, କୋଟା, ବୁଣ୍ଡି, ଉଦୟପୁର, ଜୟପୁରରେ ବୋମା ବିସ୍ଫୋରଣ ହେବ।

ସୂଚନା ଅନୁଯାୟୀ ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ରେଳ ଷ୍ଟେସନରେ ପହଞ୍ଚି ଏହି ଚିଠି ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ ଚଳାଇଛି। ଏହାସହିତ ଷ୍ଟେସନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିସହ ବରିଷ୍ଠ ପୁଲିସ୍‌ ଅଧିକାରୀ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button