IBN ଓଡ଼ିଶା ବ୍ୟୁରୋ

ଭାରତୀୟ ବଂଶୋଦ୍ଭବଙ୍କଠାରୁ ଡୋମେନ କିଣିଲା OpenAI

ମାଜ ଡିଜିଟାଲ ଡେସ୍କ: ବିଶ୍ଵର ସବୁଠୁ ପୁରୁଣା ଡୋମେନ ମଧ୍ୟରୁ ଅନ୍ୟତମ ଚାଟ୍‌ ଡଟ୍‌ କମ୍‌(Chat.Com)କୁ କିଣିଛି ଚାଟ୍‌ଜିପିଟି(ChatGPT) ନିର୍ମାତା OpenAI(ଓପନଏଆଇ)। ଏହି ହାଇପ୍ରୋଫାଇଲ୍‌ ଡୋମେନକୁ OpenAI ହବ୍‌ସ୍ପଟ(HubSpot)ର ସହପ୍ରତିଷ୍ଠାତା ଧର୍ମେଶ ଶାହଙ୍କଠାରୁ କିଣିଛି। ଏଥିପାଇଁ OpenAI ପକ୍ଷରୁ ୧୫ ନିୟୁତ ଆମେରିକୀୟ ଡଲାର (୧୨୬ କୋଟି ଟଙ୍କା) ଧର୍ମେଶଙ୍କୁ ପ୍ରଦାନ କରାଯାଇଛି।

Chat.Com ଦୁନିଆର ସବୁଠୁ ପୁରୁଣା ଡୋମେନଗୁଡ଼ିକ ମଧ୍ୟରୁ ଗୋଟିଏ। ୧୯୯୬ ସେପ୍ଟେମ୍ବର ମାସରେ ଏହାକୁ ପଞ୍ଜୀକୃତ ହୋଇଥିଲା। ଗତବର୍ଷ ଧର୍ମେଶ ଏହାକୁ ୧୫.୫ ନିୟୁତ ଆମେରିକୀୟ ଡଲାର ଅର୍ଥରାଶିରେ କିଣିଥିଲେ, ଯାହା ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୧୩୦ କୋଟି ଟଙ୍କା। ତେବେ ଚଳିତବର୍ଷ ମାର୍ଚ୍ଚ ମାସରେ ସେ ଏହାକୁ ବିକ୍ରି କରିଦେଇଥିଲେ। କିନ୍ତୁ କିଏ ଏହାକୁ କିଣିଥିଲେ ତାହା ସ୍ପଷ୍ଟ କରି ନ ଥିଲେ। ଏବେ ସେ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। OpenAI ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍‌ ଅଲ୍‌ଟମାନ ଏ ନେଇ ମଧ୍ୟ ଏକ ପୋ​ଷ୍ଟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button