ରାଜ୍ୟ

ବହୁ ପାତୀକ୍ଷିତ ରେଳ ବାଇ ଓଭର ବ୍ରିଜ ଓ ଗଳି ପୋଲ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମ ରେ ଶିଳା ନାସ୍ୟ କଲେ – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ରୋଡ ଷ୍ଟେସନ ମୁଖ୍ୟ ରେଳ ଷ୍ଟେସନ l ରେଳ ଲାଇନ ଯାଜପୁର ରୋଡ ସହର କୁ ଦୁଇ ଭାଗ କରୁଛି ରେଳ ଫାଟକ ରେଳ ଆସିବା ସମୟରେ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇ ପଡ଼ୁ ଥିବା ରୁ ସହର ବାସି ଓ ପଥ ଚାରି ମାନେ ଅସୁବିଧା ରେ ପଡ଼ୁ ଥିଲେ l ଷ୍ଟେସନ ଦୁଇ ପାର୍ଶ୍ଵ ରେ ଓଭର ବ୍ରିଜ ଓ ଗଳି ପୋଲ ନିର୍ମାଣ ପାଇଁ ବର୍ଷ ଧରି ବିଭିନ୍ନ ସଂଘଟନ ଓ ରାଜ ନୈତିକ ଦଳ ପକ୍ଷରୁ ଦାବି କରିବା ସଂଗେ ଅନ୍ଧୋଲନ ଧାରଣ ପ୍ରତି ବାଦ ସଭା ଅନୁଷ୍ଠିତ ହୋଇ ଆସୁ ଥିଲା ଆଜି ଅବସାନ ଘଟିଛି ଭିଡିଓ କନଫରେନ୍ସ ମାଧ୍ୟମ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି କୁ ଶିଳାନ୍ୟାସ କରି ଥିଲେ ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠି କୋରେଇ ବିଧାୟକ ଅଶୋକ କୁମାର ବଳ ଫଳକ ଦୁଇଟି କୁ ଉନୁମୋଚନ କରି ଥିଲେ ରେଳ ବିଭାଗ ପକ୍ଷରୁ ମାଲ ଗୋଦାମ ନିକଟରେ ଏକ ସଭା କରା ଯାଇ ଥିଲା l ସାଂସଦ ଶ୍ରୀମତୀ ସେଠି କହିଲେ ଯାଜପୁର ଜିଲ୍ଲାର ରେଳ ଷ୍ଟେସନ ବିକାଶ ଓ ଯାଜପୁର ରୋଡ ରେ ରେଳ ଷ୍ଟେସନ ର ଉଭୟ ପାଶ୍ୱ ରେ ଓଭର ବ୍ରିଜ ଓ ଗଳି ପୋଲ ପାଇଁ ପାର୍ଲାମେଣ୍ଟ ରେ ଦାବି କରୁ ଥିଲେ ଆଜି ତାହା ସଫଳ ହୋଇଛି ଯାଜପୁର ରୋଡ ରେ ରେଳ ଡିଭିଜନ ମଧ୍ୟ୍ୟ କରିବା ପାଇଁ ଦାବି ଉଠାଇଛି ତାହା ମଧ୍ୟ୍ୟ ହେବ ବିଧାୟକ ଶ୍ରୀ ବଳ କହିଲେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରି ଥିଲେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କ ରେ ରେଳ ବିଭାଗ କୁ ଚିଠି ଲେଖି ଥିଲେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ଥିଲେ l ଓଭର ବ୍ରିଜ ନିର୍ମାଣ ପାଇଁ 101କୋଟି ଟଙ୍କା 49ଲକ୍ଷ 21ହଜାର 909ଟଙ୍କା ବିନିଯୋଗ ହେବ ଏଥି ରୁ ରେଳ ବିଭାଗ 44କୋଟି 39ଲକ୍ଷ 21ହଜାର 659ଟଙ୍କା ଓ ରାଜ୍ୟ ସରକାର ଙ୍କ ସେୟାର 57କୋଟି 10ଲକ୍ଷ 67ହଜାର 250ଟଙ୍କା ଖର୍ଚ୍ଚ କରା ଯିବ ସେହିପରି ଗଳି ପୋଲ ପାଇଁ 4କୋଟି 84ଲକ୍ଷ 20ହଜାରଟଙ୍କା ରେଳ ବିଭାଗ ଖର୍ଚ୍ଚ କରା ଯିବ ଟେଣ୍ଡର ହୋଇ ସରିଛି 10ମାସ ମଧ୍ୟରେ କାର୍ଯ୍ୟ ସମ୍ପୃନ ହେବ ସଭା ରେ ଏକ ରୋଚକ ପରି ସ୍ଥିତି ସୃଷ୍ଟି ହୋଇ ଥିଲା ବିଜେପି କର୍ମୀ ମାନେ ଜୟ ଶ୍ରୀ ରାମ ଧ୍ୱନି ଦେଇ ଥିଲା ବେଳେ ବିଜେଡି କର୍ମୀ ମାନେ ଜୟ ଜଗନ୍ନାଥ ଧ୍ୱନି ଦେଇ ଥିଲେ ଭଗବାନ ଙ୍କ ନାମ ରେ ସେୟ ନେବା ପାଇଁ ଦୁଇ ରାଜ ନୀତି କାରଣ କୁ ବୁଦ୍ଧି ଜିବି ମାନେ ନା ପସନ୍ଦ କରି ଥିଲେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button