୧ରୁ ହାଲୁକା ବର୍ଷା ହେବାର ସମ୍ଭାବନା – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି। ଅନ୍ୟପଟେ ନଭେମ୍ବର ପହିଲାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହିତ କିଛି ସ୍ଥାନରେ ବର୍ଷା ଆଶଙ୍କା ସୃଷ୍ଟି ହୋଇଥିବା ନେଇ ପାଣିପାଗ କେନ୍ଦ୍ର କହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧ରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର କିଛି ଅଞ୍ଚଳରେ ସ୍ୱଳ୍ପ ବର୍ଷା ହୋଇପାରେ। ନଭେମ୍ବର ୨ରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ବର୍ଷା ଯୋଗୁଁ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବେଶ ହେବ। ଏହାଦ୍ୱାରା ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ରବିବାର ରାଜ୍ୟର ୨୨ଟି ସ୍ଥାନରେ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ବେଳେ ୩ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଏହା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ଗତ ୫ ଦିନ ହେବ ଥଣ୍ଡା ଆରମ୍ଭ ହୋଇଛି। ତେବେ ସୋମବାର ରାତିଠାରୁ ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼଼ିବ। ଆକଳନ କରାଯାଉଛି ଯେ ନଭେମ୍ବର ୫ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବୃଦ୍ଧି ପାଇବ। ନଭେମ୍ବର ୧ ତାରିଖ ସୁଦ୍ଧା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଶନିବାର ରାଜ୍ୟକୁ ଉତ୍ତର-ପଶ୍ଚିମା ପବନ ବହୁଥିଲା।
ରବିବାର ସନ୍ଧ୍ୟାରୁ ରାଜ୍ୟକୁ ଉତ୍ତର-ପୂର୍ବ ପବନ ବହୁଛି। ତା’ପର ଦିନ ପୂର୍ବା ପବନ ଓ ପୁଣି ଉତ୍ତର-ପଶ୍ଚିମା ପବନ ବହିବାର ସମ୍ଭାବନା ରହିଛି। ନଭେମ୍ବର ୨ ଓ ୩ରେ ପୂର୍ବା ପବନ ଓ ଉତ୍ତର ପଶ୍ଚିମା ପବନ ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣରେ ପରସ୍ପର ମିଶିବାର ସମ୍ଭାବନା ରହିଛି। ଅନୁମାନ କରାଯାଉଛି ଯେ ନଭେମ୍ବର ୨ ଓ ୩ରେ ଦକ୍ଷିଣ ଉପକୂଳ, ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣରେ ଆଂଶିକ ମେଘୁଆ ସହିତ ହାଲୁକା ଓ ସ୍ଥାନେ ସ୍ଥାନେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
The post ୧ରୁ ହାଲୁକା ବର୍ଷା ହେବାର ସମ୍ଭାବନା appeared first on ONA KHABAR.
[ad_2]




