ମନୋରଞ୍ଜନ

୮୧ ବର୍ଷରେ ପାଦ ରଖିଲେ ବିଗ୍ ବି – Ibnodisha

[ad_1]

ବ୍ୟୁରୋ : ଭାରତୀୟ ସିନେମାର ଏକମାତ୍ର ଷ୍ଟାର୍ ଯିଏ ସବୁ ଭୂମିକାରେ ହିଟ୍ ଆଉ ଫିଟ୍ । ବିଗ୍ ବି, ସେହନଶା ନାଁରେ ପରିଚିତ ଅମିତାଭ୍ ବଚ୍ଚନ ଆଜି ୮୧ ବର୍ଷରେ ପାଦ ରଖିଛନ୍ତି । ସେ ମହାନାୟକ, ସେ ସେହେନଶା, ସେ ଯେଉଁଠି ଛିଡ଼ା ହୁଅନ୍ତି ଲାଇନ୍ ସେଠୁ ଆରମ୍ଭ ହୁଏ । କାହାଣୀ ତାଙ୍କଠୁ ଆରମ୍ଭ, ଶେଷ ବି ତାଙ୍କ ପାଖରୋ କଥା ଏମିତି ଯାହା ଡାଇଲଗ୍ ହୋଇଯାଏ, ଷ୍ଟାଇଲ୍ ଏମିତି ଯାହା ଆଇକନିକ୍ ବନିଯାଏ ।  ତାଙ୍କ ଜନ୍ମଦିନକୁ ପାଳନ କରିବାକୁ ମୁମ୍ବାଇ ଜଲସା ଘର ସମ୍ମୁଖରେ ଶତାଧିକ ଫ୍ୟାନ ରାତି ୧୨ରୁ ଆସି ଅପେକ୍ଷା କରିଥିଲେ । କିଏ ହାତରେ କାର୍ଡ, କେକ୍ ଏବଂ ଫୁଲ୍ ଧରି ଶୁଭେଚ୍ଛା ଜଣାଇବାକୁ ଆସିଥିଲେ । ଆଉ ଷ୍ଟାର୍ କେମିତି ଫ୍ୟାନ୍ ଙ୍କ ବିନା ରହି ପାରିବେ । ଶୁଭେଚ୍ଛୁ ଓ ପ୍ରଶଂସକମାନଙ୍କୁ ଆଚମ୍ବିତ କରି ସ୍ବୟଂ ଅମିତାଭ ମଧ୍ୟ ମଧ୍ୟରାତ୍ରରେ ମୁହୂର୍ତ୍ତକ ପାଇଁ ବାହାରକୁ ଆସିଥିଲେ। ହାତଯୋଡ଼ି ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଚମତ୍କାର ସ୍ମିତ ହସ ହସି ଅମିତାଭ ସେମାନଙ୍କ ଆଡ଼କୁ ହାତ ହଲାଇଲେ। ଆଜି ଦେଶର ବିଭିନ୍ନ ସ୍ଥାନରେ ବଚ୍ଚନଙ୍କ ଜନ୍ମଦିନକୁ ନେଇ ସେଲିବ୍ରେସନ୍ କରୁଛନ୍ତି ସିନେ ପ୍ରେମୀ । ୧୯୪୨ ମସିହା ଆଲ୍ଲାହାବାଦ୍‌ରେ ପ୍ରସିଦ୍ଧ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ଘରେ ଜନ୍ମ ହୋଇଥିଲେ ଅମିତାଭ । ଦିନେ ନିଜ ଭଏସ୍ ପାଇଁ ରେଡିଓରୁ ରିଜେକ୍ଟ ହୋଇଥିଲେ, ଲମ୍ବା ଉଚ୍ଚତା ଯୋଗୁଁ ଅଭିନୟରୁ ବାଦ୍ ପଡ଼ିଥିଲେ ହେଲେ କିଏ ଜାଣିଥିଲା ସେହି ବ୍ୟକ୍ତି ଦିନେ ପୁରା ଭାରତୀୟ ଫିଲ୍ମ ଜଗତ ଉପରେ ରାଜ୍ କରିବ ବୋଲି । ତାଙ୍କର ଏକାଗ୍ରତା ,ନିଷ୍ଠା ଓ କଠିନ ପରିଶ୍ରମ ତାଙ୍କୁ ଜୀବନର ସଫଳତାର ଶୀର୍ଷରେ ପହଞ୍ଚି ପାରିଛି । ବଚ୍ଚନ ନିଜ ଜୀବନରେ ଦେଖିଛନ୍ତି ଅନେକ ଜୁଆର ଭଟ୍ଟା। ଆଉ ପ୍ରତଟି ପରିସ୍ଥିତିର ମୁକାବିଲା କରି ସଂଘର୍ଷ ତାଙ୍କୁ ନୂଆ ପରିଚୟ ଦେଇଛି, ଆଉ ଅଧିକ ସଫଳ କରାଇଛି । ଅମିତାଭଙ୍କ ଜନ୍ମଦିନରେ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button