ପ୍ରାଣନାଥ ପଟ୍ଟନାୟକ ସ୍ମୃତି ସମାରୋହ – Ibnodisha

[ad_1]
ଭୁବନେଶ୍ୱର – ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ବିଧାୟକ ତଥା ଶିକ୍ଷାବିତ୍ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କର ୫୩ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଆଜି ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ
ଅନୁଷ୍ଠିତ ହୋଇଯାଇଛି ।
ସିପିଆଇର ବରିଷ୍ଠ ନେତା ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଭୁବନେଶ୍ୱର ଜୋନ ସମ୍ପାଦକ ସୁର ଜେନା ପ୍ରାରମ୍ଭିକ ସୂଚନା ଦେବା ପରେ ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁନ୍ଗୋ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରାଣନାଥ ପଟ୍ଟନାୟକ କିଭଳି ୧୯୩୬ ମସିହାରେ
ଭଗବତୀ ଚରଣ ପାଣିଗ୍ରାହୀ ଓ ଗୁରୁ ଚରଣ ପଟ୍ଟନାୟକଙ୍କ ସହ ମିଶି କମ୍ୟୁନିଷ୍ଟ ପାର୍ଟି ଗଠନ କରିବା ସଙ୍ଗେ ସଙ୍ଗେ କୃଷକ ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ସେଥିପାଇଁ ଇଂରେଜ ସରକାର ତାଙ୍କୁ ୬ ବର୍ଷ ଓ ସ୍ୱଦେଶୀ ସରକାର
୪ ବର୍ଷ ଜେଲ୍ରେ ନିକ୍ଷେପ କରିଥିଲେ ତାହା ବର୍ଣ୍ଣନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ କେଌକ୍ଷଗ୍ଧ;୍ରାଲ କମିଶନ ଚେୟାରମ୍ୟାନ ବସନ୍ତ କୁମାର ପାଇକରାୟ, ଖୋର୍ଦ୍ଧା ଜିଲ୍ଲା ସହସମ୍ପାଦକ ସତୀଶ ମିଶ୍ର, ନୂଆଦୁନିଆ ସମ୍ପାଦନାମଣ୍ଡଳୀ
ସଭ୍ୟ ରମେଶ ପ୍ରଧାନ ଓ ଏଆଇଏସ୍ଏଫର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବର୍ତ୍ତମାନର କ୍ଷମତାସୀନ ସାମ୍ପ୍ରଦାୟିକ ଫାସିବାଦୀ ଶକ୍ତିମାନଙ୍କୁ ପରାସ୍ତ କରିବା
ପାଇଁ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ହେବା ସକାଶେ ଆହ୍ୱାନ ଦେଇଥିଲେ । ଏହି ସମାରୋହରେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଅଂଶଗ୍ରହଣ
କରିଥିଲେ ।
[ad_2]