ଦେଶ

ଅନ୍‌ଲାଇନ୍‌ରେ ୩୦୦ ଟଙ୍କିଆ ‘ଲିପ୍‌ଷ୍ଟିକ୍‌’ ଅର୍ଡର୍‌ ଦେଇ ୧ ଲକ୍ଷ ଟଙ୍କା ହରାଇଲେ ଡାକ୍ତରାଣୀ – Ibnodisha

[ad_1]

ମୁମ୍ବାଇ: ଅନ୍‌ଲାଇନ୍‌ରେ ୩୦୦ ଟଙ୍କିଆ ‘ଲିପ୍‌ଷ୍ଟିକ୍‌’ ପାଇଁ ଅର୍ଡର୍‌ ଦେଇଥିବା ନୱି ମୁମ୍ବାଇର ଜଣେ ଡାକ୍ତରାଣୀ ୧ ଲକ୍ଷ ଟଙ୍କା ହରାଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ନଭେମ୍ବର ୨ ତାରିଖ ଦିନ ଉକ୍ତ ଡାକ୍ତରାଣୀ ଗୋଟାଏ ଇ-କମର୍ସ ପୋର୍ଟାଲ୍‌ରେ ‘ଲିପ୍‌ଷ୍ଟିକ୍‌’ ପାଇଁ ଅର୍ଡର୍‌ ଦେଇଥିଲେ। ଅଳ୍ପ ଦିନ ପରେ ସେ ଗୋଟାଏ କୋରିୟର୍‌ କମ୍ପାନିରୁ ମେସେଜ୍‌ ପାଇଲେ କି, ତାଙ୍କ ଅର୍ଡର୍‌ ଡେଲିଭରି ଦିଆଯାଇଛି।

କିନ୍ତୁ, ସେ ଅର୍ଡର୍‌ ଦେଇଥିବା ସାମଗ୍ରୀ ପାଇ ନ ଥିବାରୁ ଉକ୍ତ କୋରିୟର୍‌ କମ୍ପାନିର ଟେଲିଫୋନ୍‌ ନମ୍ବର୍‌ରେ ଯୋଗାଯୋଗ କଲେ। ଜବାବ ମିଳିଲା କି, ଜଣେ ‘କଷ୍ଟମର୍‌ କେୟାର୍‌’ ପ୍ରତିନିଧି ତାଙ୍କ ସହିତ ଏ ବିଷୟରେ ଯୋଗାଯୋଗ କରିବେ।

ଡାକ୍ତରାଣୀଙ୍କ ପାଖକୁ ଫୋନ୍‌ ମଧ୍ୟ ଆସି‌ଲା। ଫୋନ୍‌ରେ ଜଣେ ବ୍ୟକ୍ତି କହିଲେ ଯେ, ତାଙ୍କ ଅର୍ଡର୍‌ ଅଟକି ଯାଇଛି। ୨ ଟଙ୍କା ଟ୍ରାନ୍‌ସ୍‌ଫର୍‌ କଲେ ଅର୍ଡର୍‌ ପହଞ୍ଚିଯିବ। ତା’ପରେ ସେ ବ୍ୟକ୍ତିଜଣ ତାଙ୍କ ପାଖକୁ ଗୋଟାଏ ‘ୱେବ୍‌ଲିଙ୍କ୍‌’ ପଠାଇ ସେଥିରେ ତାଙ୍କ ବ୍ୟାଙ୍କ୍‌ର ସବିଶେଷ ବିବରଣୀ ପୂରଣ କରିବାକୁ ଅନୁରୋଧ କଲେ। ଡାକ୍ତରାଣୀ ସେ ‘ଲିଙ୍କ୍‌’ ଉପରେ ‘କ୍ଲିକ୍‌’ କରିବାରୁ ତାଙ୍କ ମ‌ୋବାଇଲ୍‌ରେ ଗୋଟାଏ ‘ଆପ୍‌’ ଡାଉନ୍‌ଲୋଡ୍‌ ହୋଇଗଲା।

ନଭେମ୍ବର ୯ ତାରିଖ ଦିନ ତାଙ୍କ ପାଖକୁ ମେସେଜ୍‌ ଆସିଲା ଯେ, ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୯୫,୦୦୦ ଟଙ୍କା ଓ ପୁଣି ୫,୦୦୦ ଟଙ୍କା ଉଠାଯାଇଛି। ତୁରନ୍ତ ଡାକ୍ତରାଣୀ ଯାଇ ନେରୁଲ୍‌ସ୍ଥିତ ସାଇବର୍‌ ଥାନାରେ ଅଭିଯୋଗ ଦାଏର କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button