ଖେଳ

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ପୂର୍ବରୁ ବାୟୁସେନାର ଚିତ୍ତାକର୍ଷକ ଏୟାର ଶୋ – Ibnodisha

[ad_1]

ଅହମଦାବାଦ : ଆରମ୍ଭ ହୋଇଛି ବିଶ୍ବକପ୍‌ କ୍ରିକେଟର ମହାମୁକାବିଲା। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯାଉଛି। ଏହି ମହାମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଟସ୍‌ ଜିତିବା ପରେ ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହାର ଅର୍ଥ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବ। ସେପଟେ ଆଜି ଫାଇନାଲ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରୋହିତ ଶର୍ମା ଅପରିବର୍ତ୍ତିତ ଏକାଦଶ ସହ ଅଷ୍ଟ୍ରେଲିଆକୁ ମୁକାବିଲା ପାଇଁ ପଡିଆକୁ ଓହ୍ଲାଇଛନ୍ତି।

ତେବେ ଟସ୍‌ ପରେ ଖେଳା ଆରମ୍ଭ ହେବା ପୂର୍ବରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ଭାରତୀୟ ବାୟୁସେନା ଯବାନମାନେ ଦେଖାଇଛନ୍ତି ଚିତ୍ତାକର୍ଷକ ଏୟାର ଶୋ।  ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ୧୦ ମିନିଟ୍ ପାଇଁ ଏହି ଏୟାର ଶୋ’ର ଆୟୋଜନ କରାଯାଇଛି।  ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍‌ର ୯ଟି ବିମାନ ଆକାଶ ମାର୍ଗରେ ଦେଖାଇଛନ୍ତି ରଣକୌଶଳ। ଯାହା କ୍ରିକେଟ ଦେଖିବାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିବା ୧ ଲକ୍ଷରୁ ଅଧିକ ଦର୍ଶକଙ୍କୁ ଏକ ଭିନ୍ନ ମନୋରଞ୍ଜନ ଯୋଗାଛଛି।

ତେବେ ଆଜି ବିଶ୍ୱକପ୍‌‌ର ଉଦ୍‌‌ଯାପନୀ ଉତ୍ସବ ୪ଟି ପର୍ଯ୍ୟାୟରେ ଯଥା ମ୍ୟାଚ୍‌‌ ପୂର୍ବରୁ, ପ୍ରଥମ ପାଳିର ଡ୍ରିଙ୍କ୍‌‌ସ ବ୍ରେକ, ଇନିଂସ ବ୍ରେକ୍‌‌ ଅର୍ଥାତ ପ୍ରଥମ ପାଳି ପରେ ଓ ଦ୍ୱିତୀୟ ପାଳିର ଡ୍ରିଙ୍କସ୍‌‌ ବ୍ରେକ୍‌‌ରେ ଆୟୋଜନ କରାଯାଉଛି। ମ୍ୟାଚ୍‌‌ ପୂର୍ବରୁ ଭାରତୀୟ ବାୟୁସେନା ସୂର୍ଯ୍ୟକିରଣ ଏୟାର ଶୋ କରିଥିବା ବେଳେ ପ୍ରଥମ ପାଳିର ଡ୍ରିଙ୍କସ୍‌‌ ବ୍ରେକ୍‌‌ରେ ଆଦିତ୍ୟ ଗାଧବୀ (ଖଲାସୀ ଫେମ୍‌‌) ସଙ୍ଗୀତ ପରିବେଷଣ କରିବେ। ଇନିଂସ ବ୍ରେକ୍‌‌ରେ ସଙ୍ଗୀତକାର ପ୍ରୀତମ ନିଜ ଟିମ୍‌‌ରେ ନେତୃତ୍ୱ ନେଇ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିରେ ଜୋନିତା ଗାନ୍ଧୀ, ନକାଶ ଅଜିଜ୍‌‌, ଅମିତ୍ର ମିଶ୍ରା, ଅକସା ସିଂ ଓ ତୁଷାର ଜୋଶୀ ଗୀତ ଗାଇ ଦର୍ଶକଙ୍କ ମନୋରାଞ୍ଜନ କରିବେ।

ଫାଇନାଲ ମ୍ୟାଚ୍‌‌ରେ ମିଲେନିୟମ ଷ୍ଟାର ତଥା ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ରଜନୀକାନ୍ତ, କମଲ ହାସନ, ମୋହନ ଲାଲ, ଭେଙ୍କଟେଶ, ନାଗାର୍ଜୁନ, ରାମଚରଣ ତେଜା ଓ ଅନ୍ୟ ବଲିଉଡ ତାରକା ମାନେ ଉପସ୍ଥିତ ରହିବେ। ଲେଜର, ଲାଇଟ୍‌‌ ଶୋ’ରେ ଝଲସିବ ଷ୍ଟାଡିୟମ ।

କ୍ରୀଡ଼ା ତଥା କ୍ରିକେଟ ଇତିହାସରେ ଏହି ଫାଇନାଲ ମ୍ୟାଚ୍‌‌ ଅଭୁଲା ହୋଇ ରହିବ। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ମ୍ୟ।।ଚ୍‌‌ ଦେଖିବା ଲାଗି ଏକ ଲକ୍ଷ ୪୦ ହଜାର ଲୋକ ଷ୍ଟାଡିୟମରେ ଉପସ୍ଥିତ ରହିବେ। ପ୍ରଥମଥର ପାଇଁ ଏତେ ସଂଖ୍ୟରେ ଲୋକ ବିଶ୍ୱକପ୍‌‌ ଫାଇନାଲ ମ୍ୟାଚ୍‌‌ ଦେଖିବେ। ମ୍ୟାଚ୍‌‌ ପୂର୍ବରୁ ଏୟାର ଶୋ ଦେଖିବାକୁ ମିଳିବ। ସଙ୍ଗୀତ ପରିବେଷଣ ପରେ ଆତସବାଜୀ ଓ ଲେଜର ଶୋରଙ୍କ ଯାଦୁ ଦେଖିବାକୁ ମିଳିବ। ଦ୍ୱିତୀୟ ଇନିଂସର ଡ୍ରିଙ୍କ୍‌‌ସ ବ୍ରେକ୍‌‌ରେ ଲେଜର ଶୋ ଦେଖିବାକୁ ମିଳିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button