ଦେଶ

ଏକାଧିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଫାଟି ଜଳିଗଲା କଲେଜ ବସ୍‌ – Ibnodisha

[ad_1]

ପୁଣେ: ରବିବାର ରାତିରେ ଏକାଧିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଫାଟିବାରୁ ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ପିମ୍ପ୍‌ରି ଚିଞ୍ଚ୍‌ୱାଡ଼ ସହରର ତଥାୱାଡ଼େ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଦୁଇଟି ବସ୍‌ ପୋଡ଼ିଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ବାସିନ୍ଦାମାନେ ଆତଙ୍କିତ ହୋଇପଡ଼ିଥିବା କଥା ଅଗ୍ନିଶମ ଅଧିକାରୀମାନେ କହିଛନ୍ତି।

ସମ୍ଭବତଃ ଟ୍ୟାଙ୍କର୍‌ରୁ ବେଆଇନ୍‌ ଭାବେ ‘ଏଲ୍‌ପିଜି’ ଭର୍ତ୍ତି କରାଯାଉଥିବା ବେଳେ ସିଲିଣ୍ଡର୍‌ ବିସ୍ଫୋରଣ ଘଟିଥାଇ ପାରେ ବୋଲି ପୁଲିସ ଓ ସରକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି।

Image Courtesy of The Bridge Chronicle

‘ଏଲ୍‌ପିଜି’ ସିଲିଣ୍ଡର୍‌ ଫାଟି ନିଆଁ ବ୍ୟାପିଯିବାରୁ ନିକଟରେ ଥିବା ଗୋଟାଏ କଲେଜର ୨ଟି ବସ୍‌ ମଧ୍ୟ ପୋଡ଼ିଯାଇଛି ବୋଲି ସେମାନେ କହିଛନ୍ତି।

ଘଟଣାଟି ରାତି ପ୍ରାୟ ୧୦.୩୦ରେ ଘଟିଛି। ୫ଟି ‘ଏଲ୍‌ପିଜି’ ସିଲିଣ୍ଡର୍‌ ବିସ୍ଫୋରଣ ହୋଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

କିନ୍ତୁ, ଏହି ଅଗ୍ନିକାଣ୍ଡରେ ‘ଏଲ୍‌ପିଜି’ଭରା ଟ୍ୟାଙ୍କର୍‌ର କ‌ୌଣସି କ୍ଷତି ହୋଇନାହିଁ। ପାମ୍ପରି ଚିଞ୍ଚ୍‌ୱାଡ୍‌ ଅଗ୍ନିଶମ ବିଭାଗ କହିଛି ଯେ, ତୁରନ୍ତ ଘଟଣାସ୍ଥଳକୁ ଦମକଳ ଓ ପାଣି ଟ୍ୟାଙ୍କର୍‌ ପଠାଯାଇଥିଲା। ସେମାନେ ସଫଳତାର ସହିତ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ।

ଭୟଙ୍କର ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ କିଛିକ୍ଷଣ ପାଇଁ ଭୀତତ୍ରସ୍ତ ହୋଇ ପଡ଼ିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button