ସ୍ତ୍ରୀଙ୍କୁ ‘ସ୍କୃଡ୍ରାଇଭର’ରେ ୪୧ଥର ଭୁସି ହତ୍ୟା କରିଥିବା ସ୍ୱାମୀ ଗିରଫ – Ibnodisha
[ad_1]
ଇସ୍ତାନବୁଲ୍: ତୁର୍କୀର ଗୋଟାଏ ହୋଟେଲ୍ ରୁମ୍ରେ ୨୬ ବର୍ଷୀୟ ସ୍ତ୍ରୀଙ୍କୁ ‘ସ୍କୃଡ୍ରାଇଭର’ଦ୍ୱାରା ଭୁସି ହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ରିଟିସ୍ ପର୍ଯ୍ୟଟକ ଗିରଫ ହୋଇଥିବା ଜଣାପଡ଼ିଛି । ଫାତି ମେଓଲାନାକାପି ଜିଲ୍ଲାସ୍ଥିତ ଗୋଟାଏ ହୋଟେଲ୍ରୁ ସେ ୨୬ ବର୍ଷୀୟ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା । ଦମ୍ପତି ରହୁଥିବା ପ୍ରକୋଷ୍ଠରୁ ଚିତ୍କାର ଶୁଭିବା ଓ ପରେ ମହିଳାଜଣକ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖିଥିଲେ ବୋଲି ହୋଟେଲ୍ କର୍ମଚାରୀମାନେ କହିଛନ୍ତି । ସୂଚନା ପାଇ ଡାକ୍ତରୀ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେ ମହିଳା ମୃତା ବୋଲି ଔପଚାରିକ ଭାବେ ଘୋଷଣା କରିଥିଲେ । ମହିଳାଙ୍କ ତଣ୍ଟି ଓ ଦେହ ସାରା ହୋଇଥିବା ୪୧ଟି କ୍ଷତ ‘ସ୍କୃଡ୍ରାଇଭର’ ଆଘାତରୁ ସୃଷ୍ଟ ବୋଲି ତଦନ୍ତକାରୀମାନେ କହିଛନ୍ତି । ତୁରନ୍ତ ତଦନ୍ତ ଆରମ୍ଭ କରି ତୁର୍କୀ ପୁଲିସ ୨୮ ବର୍ଷିୟ ସ୍ୱାମୀଙ୍କୁ ଗିରଫ କରି ଥାନାକୁ ନେଇଛନ୍ତି ।
ରକ୍ତଛିଟା ପଡ଼ିଥିବା ଟି-ସାର୍ଟ ପିନ୍ଧି ସେ ହୋଟେଲ୍ରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ଥାନାରେ ଜେରା କରାଯିବାରୁ ସେ ଏହି ଜଘନ୍ୟ ହତ୍ୟା କରିଥିବା କଥା ସ୍ୱୀକାର କରିବା ସହିତ ‘ସ୍କୃଡ୍ରାଇଭର’ଟିକୁ ଠିକ୍ କେଉଁ ଜାଗାରେ ପକାଇଛନ୍ତି ତାହା ବି କହିଲେ । ତାଙ୍କ କହିବା ଅନୁଯାୟୀ, ତଲାସ କରି ହୋଟେଲ୍ର ଶୌଚାଳୟରୁ ଉକ୍ତ ପୁଲିସ ଉକ୍ତ ‘ସ୍କୃଡ୍ରାଇଭର’ଟିକୁ ଉଦ୍ଧାର କଲେ । ନରହତ୍ୟା ଅଭିଯୋଗରେ ଏବେ ସେ ବ୍ରିଟିସ୍ ପର୍ଯ୍ୟଟକ ଜେଲ୍ରେ ଅଛନ୍ତି । କେବଳ ଏତିକି ନୁହେଁ, ତୁର୍କୀରେ ତାଙ୍କୁ ‘ହୋମିସାଇଡ୍ ବ୍ୟୁରୋ’ ବି ଜେରା କରିଛି । ସେମାନଙ୍କୁ ସେ କହିଛନ୍ତି ଯେ, ଆକ୍ରମଣ ଦିନ ସ୍ତ୍ରୀ ତାଙ୍କୁ ଡ୍ରଗ୍ ଦେଇ ଥିଲେ । ଡ୍ରଗ୍ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । କିନ୍ତୁ, ତାଙ୍କ ପାଖରୁ କି, ହୋଟେଲ୍ ରୁମ୍?ରୁ କୌଣସି ଡ୍ରଗ୍ ମିଳିନାହିଁ । ମାନସିକ ଅବସାଦ ଦୂର ନିମନ୍ତେ ଔଷଧ ଖାଉଥିବା ଏବଂ ପ୍ରମାଣ ଲୁଚାଇ ଘଟଣାସ୍ଥଳରୁ ଖସି ପଳାଉଥିଲେ ବୋଲି ମଧ୍ୟ ସେ ଦେଇଥିବା ବୟାନରେ କହିଛନ୍ତି ।
[ad_2]