ଦେଶ

ବିସିସିଆଇ ପଦକ୍ଷେପକୁ କପିଳ ଦେବଙ୍କ ସମର୍ଥନ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଗତ ବୁଧବାର ୨୦୨୩-୨୪ ବର୍ଷ ପାଇଁ ଖେଳାଳି କେନ୍ଦ୍ରୀୟ ଅନୁବନ୍ଧ ତାଲିକା ଘୋଷଣା କରିଛି । ଏଥିରେ ମୋଟ ୩୦ ଖେଳାଳିଙ୍କୁ ବିଭିନ୍ନ ବର୍ଗରେ ସାମିଲ କରାଯାଇଛି । ଗତ ଅନୁବନ୍ଧରେ ସାମିଲ ୭ ଖେଳାଳିଙ୍କୁ ଚଳିତ ଥର କୌଣସି ବର୍ଗରେ ସ୍ଥାନ ମିଳିନଥିବା ବେଳେ ୧୧ ନୂଆ ଖେଳାଳିଙ୍କୁ ତାଲିକାରେ ସାମିଲ କରାଯାଇଛି । ବିସିସିଆଇର ନୂଆ ବାର୍ଷିକ ଅନୁବନ୍ଧରୁ ଶ୍ରେୟସ୍ ଆୟର୍ ଓ ଈଶାନ୍ କିଶନ୍‌ଙ୍କୁ ବାଦ୍ ଦିଆଯାଇଛି । ଏହାକୁ ନେଇ ବହୁ ପୂର୍ବତନ ଖେଳାଳିଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିଶ୍ୱକପ୍ ବିଜେତା କ୍ୟାପ୍‌ଟେନ୍ କପିଳ ଦେବ ବୋର୍ଡର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ରଣ୍‌ଜୀ ଟ୍ରଫି ପରି ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟକୁ ଜୀବିତ ରଖିବା ନିମନ୍ତେ ଏହା ଜରୁରୀ ପଦକ୍ଷେପ । କପିଳ ଦେବ କହିଛନ୍ତି, ନୂଆ ଅନୁବନ୍ଧକୁ ନେଇ ବୋର୍ଡର ନିଷ୍ପତ୍ତି କେତେକ ଖେଳାଳି ଓ ଲୋକଙ୍କୁ କଷ୍ଟ ଦେଇପାରେ । ମାତ୍ର ଘରୋଇ କ୍ରିକେଟ୍‌କୁ ବଞ୍ଚାଇ ରଖିବା ପାଇଁ ବୋର୍ଡର ଏହି ନିଷ୍ପତ୍ତି ବହୁ ପ୍ରଶଂସନୀୟ । ବର୍ତ୍ତମାନ ସମୟରେ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଥରେ ନିଜକୁ ସ୍ଥାପିତ କରିବା ପରେ ବହୁ କମ୍ ଘରୋଇ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳୁଛି । ବୋର୍ଡ ସମସ୍ତ ଖେଳାଳିଙ୍କୁ ଏହି ବାର୍ତ୍ତ ବହୁ ପୂର୍ବରୁ ଦେଇଦେବା ଉଚିତ ଥିଲା । ବିଶ୍ୱକପ୍ ବିଜେତା କ୍ୟାପ୍‌ଟେନ୍ ବୟାନରେ ଆହୁରି କହିଛନ୍ତି, ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜ ପ୍ରଦର୍ଶନ ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରୁଥିବା ଖେଳାଳିଙ୍କୁ ସମୟ ମିଳିଲେ ଘରୋଇ କ୍ରିକେଟ୍‌ରେ ନିଜ ରାଜ୍ୟ ପକ୍ଷରୁ ଖେଳିବା ଉଚିତ । କାରଣ ଏହାଦ୍ୱାରା ଘରୋଇ କ୍ରିକେଟର୍‌ଙ୍କୁ ବହୁ ସମର୍ଥନ ମିଳିଥାଏ । ବିସିସିଆଇ ବାର୍ଷିକ ଖେଳାଳି କେନ୍ଦ୍ରୀୟ ଅନୁବନ୍ଧ ସୂଚୀ ଜାରି କରିବା ସହିତ ପୂର୍ବତନ ଖେଳାଳିଙ୍କ ପେନ୍‌ସନ୍ ବୃଦ୍ଧି ନିଷ୍ପତ୍ତି ନେଇଛି । ବୋର୍ଡର ଏହି ନିଷ୍ପତ୍ତିକୁ ନେଇ କପିଳ ଦେବ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ବିସିସିଆଇ ଖେଳାଳିଙ୍କ ପେନ୍‌ସନ୍ ରାଶି ବୃଦ୍ଧି କରିଥିବାରୁ ମୁଁ ଖୁସି । ଯେଉଁ ଖେଳାଳିଙ୍କ ପରିବାର ପେନ୍‌ସନ୍ ଉପରେ ନିର୍ଭରଶୀଳ, ସେମାନଙ୍କ ପାଇଁ ଏହା ଲାଭଦାୟକ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button