ମନୋରଞ୍ଜନ

ତମନ୍ନାଙ୍କ ନାମ ମୁହଁରେ ନେବା ଦିନରୁ ଗଣମାଧ୍ୟମ ପ୍ରତିନିଧି ମୋ ପଛ ଛାଡୁନାହାନ୍ତି: ବିଜୟ ବର୍ମା – Ibnodisha

[ad_1]

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ତମନ୍ନା ଭାଟିଆ କିଛି ମ‌ାସ ତ‌ଳେ ତାଙ୍କ ପ୍ରେମ ସଂପର୍କ ବାବଦରେ ମିଡିଆ ଆଗରେ ପ୍ରଥମଥର ପାଇଁ ମୁହଁ ଖୋଲିଥିଲେ। ଅନେକ ଦିନ ଧରି ଡେଟିଂ ଗୁଜବ ମଧ୍ୟରେ ନିକଟ ଅତୀତରେ ବିଜୟ ବର୍ମା ଏବଂ ତମନ୍ନା ଭାଟିଆ ପରସ୍ପର ସହ ପ୍ରେମ ସମ୍ପର୍କରେ ଥିବା ସ୍ୱୀକାର କରିଥିଲେ। ଏହାକୁ ଅଧିକାରୀକ କରିବା ପରେ ଅଭିନେତା ଓ ଅଭିନେତ୍ରୀ ପରସ୍ପରର କାମକୁ ପ୍ରଶଂସା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତି।

ଏ ନେଇ ଏବେ ବିଜୟ ବର୍ମା କହିଛନ୍ତି ‌ଯେ ତମନ୍ନାଙ୍କ ନାମ ନେବା ପରେ ତାଙ୍କ ପଛରେ ଗଣମାଧ୍ୟମ ପ୍ରତିନିଧି ପଡ଼ିଯାଇଛନ୍ତି। ଆଜିକାଲି ପ୍ରତ୍ୟେକ ସମୟରେ କେଉଁଠି ନା କେଉଁଠି ସେଲିବ୍ରିଟିମାନେ ଗଣମାଧ୍ୟମ‌ରେ ନଜର ଅ‌ାସୁଥିବା ଦେଖିବାକୁ ମିଳୁଛି। ତେବେ ବିଜୟ ଏ ନେଇ ତାଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି। ତାଙ୍କ କହିବା କଥା ହେଲା ପୂର୍ବରୁ କୌଣସି ବି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରୁ ନଥିଲେ। ମାତ୍ର ଯେବେଠାରୁ ତାଙ୍କ ସଂପର୍କ ତମନ୍ନାଙ୍କ ସହ ଅଛି ବୋଲି ଶୁଣିବାକୁ ମିଳିଛି ସେବେଠାରୁ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପଛରେ ପଡ଼ିଯାଇଛନ୍ତି।

ତେବେ ଭଲପାଇବା ଥିଲେ ବି ୩୩ ବର୍ଷୀୟା ତମନ୍ନା ଏବେ ବିବାହ କରିବାକୁ ଚାହୁନଥିବା କଥା ଅତୀତରେ କହିଛନ୍ତି। ଜାତୀୟ ଗଣମାଧ୍ୟମ ନିଉଜ୍ ୧୮କୁ ସାକ୍ଷାତକାର ଦେଇ ତମନ୍ନା କହିଥିଲେ, “ମୁଁ ବର୍ତ୍ତମାନ ବିବାହ କରିବାର ମନୋଭାବରେ ନାହିଁ। ମୋର କ୍ୟାରିୟର ବର୍ତ୍ତମାନ ବହୁତ ଭଲରେ ଚାଲିଛି ଏବଂ ମୁଁ ମୋର କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛି। ମୁଁ ବିବାହରେ ବିଶ୍ବାସ କରେ ଏବଂ କିଛି ଦିନ ପରେ ଏହା ଘଟିବ। କିନ୍ତୁ ବର୍ତ୍ତମାନ ସୁଟିଂ ସେଟ ହିଁ ମୋର ଖୁସିର ସ୍ଥାନ। ମୁଁ ମୋ ପାଖକୁ ଆସୁଥିବା ବିଭିନ୍ନ କାମକୁ ଉପଭୋଗ କରୁଛି ଏବଂ ମୁଁ ଆଶା କରୁଛି ଯେ ଏଭଳି କାମ ମୋତେ ଆଗକୁ ମିଳିବ। ”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button