ମନୋରଞ୍ଜନ

‘ମୁଁ ବଞ୍ଚିଛି ଆଜ୍ଞା, ମୋତେ ମାରନ୍ତୁ ନାହିଁ’: ଜିଜ୍ଞାସା – Ibnodisha

[ad_1]

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଜିଜ୍ଞାସା ସିଂହ ‘ଥପକି ପ୍ୟାର କି’ ଧାରାବାହିକ ଜରିଆରେ ଲୋକପ୍ରିୟତା ହାସଲ କରିଥିଲେ।  ନିକଟରେ ଜିଜ୍ଞାସାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଏକ ଗୁଜବ ଖବର ପ୍ରସାରିତ ହୋଇଥିଲା। ଅଭିନେତ୍ରୀଙ୍କ ଏଭଳି ମୃତ୍ୟୁ ଖବରକୁ ଶୁଣି ତାଙ୍କ ପ୍ରଶଂସକ ଓ ପରିବ‌ାରଲୋକ ସ୍ତବ୍ଧ ହୋଇଯାଇଥିଲେ।

ୟୁଟ୍ୟୁବ୍‌ରେ ଏନେଇ ଏକାଧିକ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ଭାଇରାଲ ଭିଡିଓରେ ଜିଜ୍ଞାସାଙ୍କ ମୃତ୍ୟୁ ଏକ କାର୍‌ ଦୁର୍ଘଟଣାରେ ହୋଇଥିବା ଦାବି କରାଯାଇଥିଲା।

ତେବେ ଏହି ଘଟଣାର ଖବର ପାଇବା ପରେ ଜିଜ୍ଞାସ ନିରାଶ ହୋଇଯାଇଥିଲେ। ଆଉ ସେ ବଞ୍ଚିଥିବା କଥାକୁ ତାଙ୍କ ଫ୍ୟାନ୍ସଙ୍କୁ ଜଣାଇବା ପାଇଁ ନିଜେ ଆଗକୁ ଆସି ଏହି ଖବରକୁ ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି।

जिज्ञासा सिंह ने मौत की अफवाह पर लगाया विराम

ସୋସିଆଲ ମିଡିଆରେ ଜିଜ୍ଞାସା ଏକ ପୋଷ୍ଟ ସେୟାର କରିଛନ୍ତି। ଆଉ କହିଛନ୍ତି, ‘ ସାଙ୍ଗମାନେ ମୁଁ ବଞ୍ଚିଛି। ଆପଣମାନେ ମନ ଦୁଃଖ କରନ୍ତୁ ନାହିଁ। ମୋର ଲୋକଙ୍କୁ ଅନୁରୋଧ ମୁଁ ବଞ୍ଚି ଥାଉଥାଉ ମୋତେ ମାରନ୍ତୁ ନାହିଁ। ଏମିତି କାହିଁକି କରୁଛନ୍ତି ଆଜ୍ଞା। ଆପଣମାନେ କିଛିଟା ଭିୟୁ ପାଇଁ ଚ୍ୟାନେଲରେ ଏଭଳି ମିଛ ଖବର ପ୍ରସାରିତ କରୁଛନ୍ତି। କିନ୍ତୁ ଏହା ଦ୍ବାରା ମୋର ପରିବାର,ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ଆଘାତ ପହଞ୍ଚୁଛି। ଆପଣମାନଙ୍କୁ ଅନୁରୋଧ ମୋ ସହିତ କରିଥିବା ଏମିତି କାମ ଅନ୍ୟ କାହାରି ସହିତ ଦୋହରାଇବେ ନାହିଁ। ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ ଯଦି ଏମିତି କିଛି ଘଟିଥାଆନ୍ତା, କେମିତି ଲାଗିଥାଆନ୍ତା ଥରେ ଚିନ୍ତା କରି ଦେଖନ୍ତୁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button