ମନୋରଞ୍ଜନ

ଘୁଞ୍ଚିଲା ‘ସାଲାର’ର ରିଲିଜ୍ ‌ତାରିଖ, ବୁକ୍ ହୋଇ ସାରିଥିଲା ୪ଲକ୍ଷ ଡଲାରର ଟିକେଟ – Ibnodisha

[ad_1]

ମୁମ୍ବାଇ: ଘୁଞ୍ଚିଲା ‘ସାଲାର’ର ରିଲିଜ୍ ‌ତାରିଖ। ବୁକ୍ ହୋଇ ସାରିଥିଲା ୪ଲକ୍ଷ ଡଲାରର ଟିକେଟ। ଆମେରିକାରେ ରିଲିଜର ୩୬ଦିନ ପୂର୍ବରୁ ‘ସାଲାର’ର ଅଗ୍ରୀମ ବୁକିଂ ଆରମ୍ଭ ହୋଇଥିଲା। ବୁକିଂ ଆରମ୍ଭ ହେଉ ହେଉ ଲୋକେ ଉତ୍ସାହର ସହ ଟିକେଟ ବୁକ୍ କରିବା ଆରମ୍ଭ କରିଥିଲେ। ହେଲେ ଏବେ ନିର୍ମାତା ରିଲିଜ୍ ତାରିଖ ଘୁଞ୍ଚାଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୮ରେ ଫିଲ୍ମଟି ରିଲିଜ୍ ‌ହେବ ବୋଲି କୁହାଯାଉଥିବା ବେଳେ ଏବେ ଫିଲ୍ମଟି ବର୍ଷ ‌ଶେଷ ଆଡକୁ ନଚେତ୍ ଜାନୁଆରି ୨୦୨୪ରେ ରିଲିଜ୍ ହେବ ବୋଲି କୁହାଯାଉଛି।

ତେବେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ ସେପ୍ଟେମ୍ବର ୭ରେ ରିଲିଜ୍ ହେଉଥିବାରୁ ଏହାର ପ୍ରଭାବ ‘ସାଲାର’ର ଆୟ ଉପରେ ପଡ଼ିବ ବୋଲି ଭାବି ନିର୍ମାତା ରିଲିଜ୍ ତାରିଖ ଘୁଞ୍ଚାଇଥିବା କୁହାଯାଉଥିଲା। ହେଲେ ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି। କୁହାଯାଉଛି ଯେ, “ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ମୁମ୍ବାଇ ସ୍ଥିତ ଟିମକୁ ଫିଲ୍ମ ପାଇଁ ତିନୋଟି କାଳ୍ପନିକ ସହର ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଯେତେବେଳେ ମୁମ୍ବାଇ ଟିମ୍ ସେମାନଙ୍କ କାର୍ଯ୍ୟ ପ୍ରଦର୍ଶନ କରିଥିଲେ, ନିର୍ଦ୍ଦେଶକଙ୍କୁ ସେମାନଙ୍କ କାମ ପସନ୍ଦ ଆସିନଥିଲା। ଏବେ ସେମାନଙ୍କୁ ପୁଣି ଥରେ ଏହି କାମକୁ ଭଲ ଭାବରେ କରିବାକୁ କୁହାଯାଇଛି। ଏହି କାମ ଶେଷ ହେବାକୁ ସମୟ ଲାଗୁଥିବାରୁ ନିର୍ମାତା ଫିଲ୍ମର ରିଲିଜ୍ ଘୁଞ୍ଚାଇଥିବା କୁହାଯାଉଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button