ମନୋରଞ୍ଜନ

ରାଜା ତୀର ମାରି ତାର ଜୀବନ ନେଇଗଲେ ଯାହାର କିଛି ବି ଦୋଷ ନଥିଲା, ହେଲେ ଗୋଟିଏ ଛୋଟ ଭୁଲ ସେ କରି ଦେଇଥିଲା… ଜାଣନ୍ତୁ କଣ ଥିଲା ତାର ଭୁଲ

ଖରାପ ଲୋକ ସହ ରହିଲେ ଭଲ ଲୋକକୁ ବି ଦଣ୍ଡ ଭୋଗିବାକୁ ପଡିଥାଏ, ସାଥିର ସିଲେକ୍ସନ ବୁଦ୍ଧିମତାର ସହ କରିବା ଦରକାର । ପିଲାବେଳୁ ହିଁ ଆମେ ପ୍ରାୟତଃ ନିଜର ବନ୍ଧୁମାନଙ୍କ ବିଷୟରେ ନିଜର ମାତା ପିତାଙ୍କ ଠାରୁ ଶୁଣିଥାଉ କି ଏହି ବନ୍ଧୁ ଭଲ ଅଟେ ଏହା ସହିତ ରୁହ କିମ୍ବା ଏହି ବନ୍ଧୁ ଭଲ ନୁହେଁ ଏହା ଠାରୁ ଦୂରରେ ରୁହ । ଆମେ ଏହାକୁ ଶୁଣି ଶୁଣି ବଡ ହୋଇଛୁ । କିନ୍ତୁ ଆମେ ଏହା ଜାଣି ନଥାଉ କି ଖରାପ ଲୋକ ମାନଙ୍କର ସଙ୍ଗତିରେ ରହିବା ଦ୍ଵାରା ପ୍ରାୟତଃ ଆମକୁ ବି ସେହି ସବୁ ଭୁଲ ଗୁଡିକର ଦଣ୍ଡ ଭୋଗିବାକୁ ପଡିଥାଏ । ଯାହାକୁ ଆମେ କରି ହିଁ ନାହୁଁ । ଏହି କଥାକୁ ଆମେ ଏକ କାହାଣୀ ଜରିଆରେ ଆପଣଙ୍କୁ ବୁଝାଇବୁ ।

ରାସ୍ତାରେ ଥକି କରି ଶୋଇଗଲେ ରାଜା

ବହୁତ ପୂର୍ବରୁ ଜଣେ ରାଜା ଥିଲେ । ଯିଏକି ଥରେ ଭ୍ରମଣ କରିବାକୁ ଏକେଲା ହିଁ ବାହାରି ଗଲେ । ଏହି ସମୟରେ ସେ ରାସ୍ତାରେ ଯିବା ସମୟରେ ଥକି ଗଲେ ଏବଂ ଗୋଟିଏ ଗଛ ତଳେ ଯାଇ ବସିଲେ । ରାଜା ଏକେଲା ଥିଲେ ସେଥିପାଇଁ ଧନୁ – ବାଣ ସବୁ ନିଜ ପାଖରେ ନେଇ ଶୋଇଲେ । କିଛି ସମୟ ପରେ ଗୋଟିଏ କାଉ ଆସି ସେହି ଗଛରେ ବସି ରାଜଙ୍କର ଚାଦରକୁ ଖରାପ କରିଦେଲା ।

ରାଜା ଗଭୀର ନିଦରେ ଥିଲା ସେଥିପାଇଁ ସେ ନିଜର ଖରାପ ହୋଇଥିବା ଚାଦରକୁ ଦେଖି ପାରିଲେ ନାହିଁ । ଏବଂ କାଉଟି ଉଡି ଚାଲିଗଲା । କିଛି ସମୟ ପରେ ଗୋଟିଏ ହଂସ ଆସି କାଉ ବସିଥିବା ଜାଗାରେ ବସିଗଲା । ଏହା ପରେ ରାଜାଙ୍କର ନିଦ ଭାଙ୍ଗିଗଲା ଏବଂ ସେ ଚାଦରକୁ ଦେଖିଲେ କି କୌଣସି ପକ୍ଷୀ ଚାଦରକୁ ଖରାପ କରି ଦେଇଛି । ଏହା ପରେ ରାଜା ଉପରକୁ ଦେଖିଲେ ତ ତାଙ୍କୁ ହଂସ ଦେଖାଗଲା । ଏବଂ ସେ ରାଗିଗଲେ ଏବଂ କିଛି ନ ବୁଝିସୁଝି ହଂସକୁ ମାରିଦେଲେ ।

ହଂସକୁ ମିଳିଲା କାଉର ଭୁଲର ଦଣ୍ଡ

ଗୋଟିଏ ସନ୍ଥ ଦୂରରେ ବସି ଏହି ସବୁ ଘଟଣା ଦେଖୁଥିଲେ । ସେ ରାଜାଙ୍କୁ କହିଲେ କି ଆପଣ ଏକ ନିର୍ଦୋଷ ଜୀବକୁ ହତ୍ୟା କରିଦେଲେ । ଆପଣଙ୍କର ଚାଦରକୁ ଯିଏ ଖରାପ କରିଛି ସେ ଏକ କାଉ ଥିଲା କୌଣସି ହଂସ ନୁହେଁ । ହଂସର ମାତ୍ର ଗୋଟିଏ ଭୁଲ କି ସେ କାଉ ଜାଗାରେ ଆସି ବସିଥିଲା । ଯେଉଁ ଖରାପ କାମ କାଉ କରିଥିଲା ତାହାର ଦଣ୍ଡ ଆପଣ ହଂସକୁ ଦେଲେ । ରାଜା ଏହ ଶୁଣି ବହୁତ ଦୁଖିତ ହେଲେ ଏବଂ ସେ ଘଟଣାରୁ ଶିକ୍ଷା ନେଲେ ।

କେତେ ଥର କାଉ ଭଳି ଲୋକଙ୍କ ସହ ହଂସ ଭଳି ଲୋକ ମିଶନ୍ତି ତେବେ ତାଙ୍କୁ ହଂସ ଭଳି ଦଣ୍ଡ ବି ଭୋଗୀ ବାକୁ ପଡିଥାଏ । ଯିଏ ଭୁଲ କରିଥାଏ ତାହାକୁ ଦଣ୍ଡ ମିଳେ, କିନ୍ତୁ ତାକୁ ତାହାର କର୍ମର ଦଣ୍ଡ ମିଳିଥାଏ, କିନ୍ତୁ ଏମାନଙ୍କର ଖରାପ ସଙ୍ଗତରେ ଯିଏ ରହିଥାଏ ସେହି ଲୋକ ବିନା କୌଣସି ଭୁଲରେ ଦଣ୍ଡ ଭୋଗି ଥାଏ । ସେଥିପାଇଁ ଖରାପ ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button