ଦେଶ

ଦେଶର ଏକମାତ୍ର ମହିଳା କମାଣ୍ଡୋ ଟ୍ରେନର ଯିଏକି ଜଳ – ସ୍ଥଳ – ବାୟୁ ଏବଂ ପାରାମିଲିଟ୍ରୀର ଯବାନମାନଙ୍କୁ ଟ୍ରେନିଗ ଦେଇ ସାରିଛନ୍ତି, ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ମହିଳାଙ୍କ ବିନା ଏହି ସଂସାର ଅଧା ବୋଲି କୁହାଯାଏ । ଯେତେ ଦରକାର ତାଙ୍କୁ ପୁରୁଷଙ୍କର ହୋଇଥାଏ ସେତିକି ହିଁ ପୁରୁଷଙ୍କୁ ତାଙ୍କର ଦରକାର ହୋଇଥାଏ । ଏହା ସତ୍ବେ ବି ଏମିତି ବି କେତେ ଲୋକ ଅଛନ୍ତି ଯେଉଁମାନେ ମହିଳାଙ୍କୁ କେବଳ ଘରେ ସଜାଇବା ବସ୍ତୁ ସହ ତୁଳନା କରନ୍ତି । ତାଙ୍କର କହିବା ଅଟେ କି ରାଜନୀତି କରିବା, ବନ୍ଧୁକ ଚଳାଇବା, ପ୍ଲେନ ଉଡାଇବା ପୁରୁଷଙ୍କର କାମ ଅଟେ ।

ଏମିତିରେ ଆପଣଙ୍କୁ କହି ଦେଉହକୁ ଯେ ଡା. ସିମା ରାୱଙ୍କ ବିଷୟରେ ଯିଏକି ଦେଶର ପ୍ରଥମ ଏବଂ ଏକମାତ୍ର ମହିଳା କମାଣ୍ଡୋ ଟ୍ରେନର ଅଟନ୍ତି ଏବଂ ତାଙ୍କୁ ଭାରତର ସୁପର ମହିଳା ବି କୁହାଯାଏ । ଆମ ଦେଶର ସେବା କରୁଥିବା ଯବାନ ମାନଙ୍କୁ ବନ୍ଧୁକ ଚଳାଇବାର ଟ୍ରେନିଗ ଏହି ମହିଳାଙ୍କ ଦ୍ଵାରା ହିଁ ମିଳିଥାଏ ।

ଜୀତ କୁନ ଡୋ ମାର୍ଶଲର ଦକ୍ଷତା ହାସଲ କରିଛନ୍ତି

ଭାରତର ସୁପର ମହିଳା ସୀମା ରାୱ ୪୯ ବର୍ଷର ଅଟନ୍ତି ଏବଂ ୨୦ ବର୍ଷ ବୟସରେ ହିଁ ବିନା କୌଣସି ସରକାରୀ ସାହାର୍ଯ୍ୟରେ ଫ୍ରୀରେ ହିଁ ଆର୍ମୀ, ଏୟାରଫୋର୍ସ ଏବଂ ନେବୀ ସହିତ ପାରାମିଲିଟ୍ରୀ ଫୋର୍ସର କମାଣ୍ଡୋ ମାନଙ୍କୁ ସେ ଟ୍ରେନିଗ ଦେଉଛନ୍ତି । ସେ ସେହି ପାଞ୍ଚଜଣ ମହିଳାଙ୍କ ମଧ୍ୟରେ ସାମିଲ ଅଛନ୍ତି ଯାହାଙ୍କୁ ଜୀତ କୁନ ଡୋ ମାର୍ଶଲ ଆର୍ଟ ଆସିଥାଏ । ଏହା ସେହି ମାର୍ଶଲ ଆର୍ଟ ଅଟେ ଯାହାକୁ ବ୍ରୂସ ଲୀ ଆବିଷ୍କାର କରିଥିଲେ ।

କେବଳ ଏତିକି ନୁହେଁ ଡା. ରାୱ ସଶସ୍ତ୍ରବଳର ଯବନାମାନଙ୍କୁ ରିଫ୍ଲେକ୍ସ ଫାୟର ମାନେ ଅଧ ସେକେଣ୍ଡ ମଧ୍ୟରେ କାହାକୁ କେମିତି ସୁଟ କରିବେ ତାହାର ଟ୍ରେନିଗ ବି ଦେଇଥାନ୍ତି । ତାଙ୍କର କାହାଣୀ ସମସ୍ତ ମହିଳାଙ୍କୁ ପ୍ରେରିତ କରିଥାଏ ।

ସୀମା ଥରେ ଏକ ଇଣ୍ଟରଭିୟୁରେ କହିଥିଲେ କି ପିଲାବେଲେ ସେ ବହୁତ କମଜୋର ଥିଲ ଏବଂ ଏହାକୁ ଦୂର କରିବା ପାଇଁ ସେ ମାର୍ଶଲ ଆର୍ଟସ ଶିଖିବା ଆରମ୍ଭ କରିଥିଲେ । ସେ ଅନଆର୍ମ୍ଡ କମ୍ବୈଟରେ ବ୍ଲାକ ବେଲ୍ଟ ହାସଲ କରିଛନ୍ତି । ଏହା ପରେ ତାଙ୍କର ବାହାଘର ମେଜର ଦୀପକ ରାୱଙ୍କ ସହିତ ହୋଇଥିଲା । ସୀମା କହିଲେ କି ଥରେ ସେ ସକାଳେ ଦଉଡୁ ଥିବା ସମୟରେ ଦେଖିଲେ କି କିଛି ଯବାନ ଅନଆର୍ମ୍ଡ କମ୍ବୈଟର ଟ୍ରେନିଗ ନେଉଛନ୍ତି । ଏହା ପରେ ସେ ସେଠିକାର ଅଫିସରଙ୍କ ସହିତ କଥାବାର୍ତ୍ତା କରି ସେହି ଆର୍ମୀ ସ୍କୁଲରେ ଏକ ୱର୍କଶପର ଯୋଜନା କରିଲେ ।

ସୀମା କହିଲେ କି କମାଡେଂଟ ଆମକୁ ଭଲ ରିଭ୍ୟୁ ଦେଲେ । ଏହା ପରେ ସେ ଧୀରେ ଧିରେ ଆର୍ମୀ, ନେବୀ, ଏୟାରଫୋର୍ସ, ପୁଲିସ ଫୋର୍ସ ଏବଂ ପାରାମିଲିଟ୍ରୀ ଫୋର୍ସକୁ ଟ୍ରେନିଗ ଦେବାକୁ ଲାଗିଲେ ।

ବ୍ରୂସ ଲୀଙ୍କ ଦ୍ଵାରା ପ୍ରଭାବିତ

୧୯୭୦ରେ ବ୍ରୂସ ଲୀଙ୍କର ଫିଲ୍ମ ଇଂଟର ଦ ଡ୍ରେଗନ ରିଲୀଜ ହୋଇଥିଲା । ଏହ ପରେ ପୁରା ଦୁନିଆ ବ୍ରୂସ ଲୀଙ୍କର ମାର୍ଶଲ ଆର୍ଟ୍ସ ଜୀତ କୁନ ଡୋ ଦ୍ଵାରା ପ୍ରଭାବିତ ହୋଇଯାଇଥିଲେ । ଏବଂ ସେ ବି ଏହି ଫିଲ୍ମରୁ ବହୁତ ପ୍ରଭାବିତ ହୋଇଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button