ଦେଶ

ଚର୍ଚ୍ଚାରେ ରାହୁଲଙ୍କ ‘ଫ୍ଲାଇଂ କିସ୍‌’: ବାଚସ୍ପତିଙ୍କ ନିକଟରେ ଅଭିଯୋଗ କଲେ ୨୧ ମହିଳା ସାଂସଦ – Ibnodisha

[ad_1]

ମୁଁ ଦେଖିନି: ହେମାମାଳିନୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଆଜି ସଂସଦରେ ଫ୍ଲାଇଂ କିସ୍‌ (ଉଡ଼ନ୍ତା ଚୁମ୍ବନ) ଦେଇ ଅଡ଼ୁଆରେ ପଡ଼ିଯାଇଛନ୍ତି। ରାହୁଲ ଲୋକସଭାରେ ତାଙ୍କ ଭାଷଣ ଶେଷ କରି ଗୃହରୁ ବାହାରୁଥିବା ବେଳେ ବ‌ିଜେପି ସାଂସଦମାନଙ୍କୁ ଫ୍ଲାଇଂ କିସ୍‌ ଦେଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ରାହୁଲଙ୍କର କିଛି ଫାଇଲ୍‌ ତଳେ ପଡ଼ି ଯାଇଥିଲା। ରାହୁଲ ନିଜେ ତଳକୁ ନଇଁ ଫାଇଲ୍‌ଗୁଡ଼ିକୁ ଉଠାଇବାବେଳେ ବିଜେପି ସାଂସଦମାନେ ଏହାକୁ ନେଇ ହସିଥିଲେ। ତେବେ ରାହୁଲ ଫ୍ଲାଇଂ କିସ୍‌ ଦେଉଥିବାର ଫଟୋ କ୍ୟାମେରାରେ ରେକର୍ଡ ହୋଇନଥିଲେ ମଧ୍ୟ ରାହୁଲଙ୍କର ଏହି କାର୍ଯ୍ୟ ପାଇଁ ବିଜେପିର ମହିଳା ସାଂସଦମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଫ୍ଲାଇଂ କିସ୍‌ ପାଇଁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସ୍ମୃତି କହିଛନ୍ତି, କେବଳ ଜଣେ ମହିଳା ବିରୋଧୀ ବ୍ୟକ୍ତି ହିଁ ସଂସଦରେ ମହିଳାଙ୍କୁ ଫ୍ଲାଇଂ କିସ୍‌ ଦେଇପାରନ୍ତି। ଏଭଳି ଘଟଣା ପୂର୍ବରୁ କେବେ ହୋଇନାହିଁ। ଏଥିରୁ ଜଣାପଡ଼ୁଛି ଯେ ମହିଳାଙ୍କୁ ନେଇ ସେ କ’ଣ ଚିନ୍ତା କରୁଛନ୍ତି। ଏହା ଅଶ୍ଳୀଳ ଅଟେ। ଏହା କ’ଣ ତାଙ୍କ ପରିବାରର ସଂସ୍କୃତି କି ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ମଧ୍ୟ ରାହୁଲଙ୍କ ଉପରେ ବର୍ଷିଛନ୍ତି ଏବଂ ରାହୁଲଙ୍କ ବିରୋଧରେ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାହୁଲଙ୍କ ବ୍ୟବହାର ଅନୁପଯୁକ୍ତ ବୋଲି ସେ କହିଛନ୍ତି। ଶୋଭା କରନ୍ଦଲାଜେ ୨୧ ମହିଳା ବିଜେପି ସାଂସଦଙ୍କ ଦ୍ବାରା ସ୍ବାକ୍ଷରିତ ଏକ ଚିଠିକୁ ବାଚସ୍ପତିଙ୍କ ଚାମ୍ବରରେ ଦାଖଲ କରିଛନ୍ତି ଏବଂ ରାହୁଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଅଭିଯୋଗପତ୍ରରେ ସ୍ବାକ୍ଷର କରିଥିବା ବିଜେପି ସାଂସଦ ହେମାମାଳିନୀ ସଂସଦ ବାହାରେ କହିଛନ୍ତି, ରାହୁଲ ଗାନ୍ଧି ଫ୍ଲାଇଂ କିସ୍‌ ଦେବା ମୁଁ ଦେଖିନାହିଁ କିନ୍ତୁ ରାହୁଲଙ୍କ ଭାଷଣ ବହୁତ କଟୁ ଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button