IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସେନା ଠାରୁ ପ୍ରମାଣ ମାଗୁଥିବା ବ୍ୟକ୍ତିମାନଙ୍କ ଉପରେ ବରଷିଲା ଅକ୍ଷୟ କୁମାରଙ୍କର ରାଗ, କହିଲେ ‘ଟିକିଏ ବି ଲାଜ ବାକି ଅଛି ତ…’

ଭାରତୀୟ ବାୟୁସେନା ଦ୍ଵାରା କରାଯାଇଥିବା ଏୟାର ଷ୍ଟ୍ରାଇକର ସମସ୍ତେ ପ୍ରଶଂସା କରୁଛନ୍ତି । କିନ୍ତୁ ଭାରତର କିଛି ନେତାମାନେ ଏହାକୁ ନେଇ ରାଜନୀତି କରୁଛନ୍ତି । ଏବଂ ଏହା ଦିନକୁ ଦିନ ବଢିବାରେ ଲାଗିଛ । ସବୁ ଦିନ ନେତାମାନେ ଗୋଟିଏ ପରେ ଗୋଟିଏ ବୟାନ ଦେଉଛନ୍ତି । ଏହି ସବୁ ମଧ୍ୟରେ ବଲୀଉଡର ପ୍ରସିଦ୍ଧ କଳାକାର ଅକ୍ଷୟ କୁମାର ସର୍ଜିକାଳ ଷ୍ଟ୍ରାଇକକୁ ନେଇ ପ୍ରମାଣ ମାଗୁଥିବା ବ୍ୟକ୍ତିଙ୍କୁ କଡା ଜବାବ ଦେଇଛନ୍ତି । ଚାଲନ୍ତୁ ଏହାକୁ ବିସ୍ତାର ରୂପରେ ଜାଣିବା ।

ବଲୀଉଡର ଅଭିନେତା ଅକ୍ଷୟ କୁମାର ପ୍ରାୟତଃ ଦେଶରେ ଚାଲୁଥିବା ମୁଦା ଗୁଡିକ ଉପରେ ନିଜର ରାୟ ରଖନ୍ତି । ଏବଂ ଏଥର ବି ସେ ସର୍ଜିକାଳ ଷ୍ଟ୍ରାଇକ ଉପରେ ବି ନିଜର ରାୟ ରଖିଛନ୍ତି । ଅକ୍ଷୟ କୁମାର ଯେତେ ନିଜର ଫିଲ୍ମ ପାଇଁ ଜଣା ଯାଇଥାନ୍ତି, ତାହା ଠାରୁ ଅଧିକ ସେ ନିଜର ଦେଶଭକ୍ତି ପାଇଁ ଜଣା ଯାଇ ଥାନ୍ତି ।

ଅକ୍ଷୟ କୁମାର ଦେଲେ କଡା ଜବାବ

ଅକ୍ଷୟ କୁମାର ମିଡିୟା ସହିତ କଥାବାର୍ତ୍ତା ସମୟରେ କହିଲେ କି ଯେଉଁ ବ୍ୟକ୍ତିମାନେ ଦେଶର ଯବାନମାନଙ୍କୁ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି, ତାଙ୍କୁ ଲାଜ ଲାଗିବା ଦରକାର । ଆମକୁ ନିଜ ଯବାନମାନଙ୍କ ଉପରେ ପୁରା ବିଶ୍ଵାସ ଅଛି, ଏମିତିରେ ଯଦି ଆମେ ତାଙ୍କ ଠାରୁ ପ୍ରମାଣ ମାଗିବେ, ତେବ ଏହା ଭୁଲ ଅଟେ । ସେଥିପାଇଁ ଏହିଭଳି ଖରାପ ରାଜନୀତି ଯବାନମାନଙ୍କ ଉପରେ ତ ବିଲକୁଲ ହେବା ଉଚିତ ନୁହେଁ ।

ଅକ୍ଷୟ କୁମାର ଆଗକୁ କହିଲେ କି ଦେଶର ଯବାନ ଯେଉଁମାନେ ନିଜର ଘର, ପରିବାର ଛାଡି ଆମର ସୁରକ୍ଷା କରୁଛନ୍ତି, ଯାହା ଦ୍ଵାରା ଆମେ ନିଜ ଘରେ ଶାନ୍ତିରେ ଶୋଇ ପାରିବା, ଏମିତିରେ ଆମ ସେହି ଯବାନମାନଙ୍କ ଠାରୁ ପ୍ରମାଣ କେମିତି ମାଗି ପାରିବୁ ? ସେଥିପାଇଁ ସମସ୍ତେ ଏହି ଖରାପ ରାଜନୀତି କରନ୍ତୁ ନାହିଁ ।

ସହିଦଙ୍କର ପରିବାରକୁ କରୁଛି ସାହାର୍ଯ୍ୟ

ଅକ୍ଷୟ କୁମାର ଆଗକୁ କହିଲେ କି ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ବି ସହିଦଙ୍କର ପରିବାରକୁ ସାହାର୍ଯ୍ୟ କରିବାରେ ଲାଗିଛି । ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ୬୦୦ ସହିଦଙ୍କର ପରିବାରକୁ ସାହାର୍ଯ୍ୟ କରି ସାରିଛି । ଏବଂ କହିଲେ କି ଯେଉଁ ଲୋକମାନେ ପ୍ରମାଣ ମାଗୁଛନ୍ତି, ସେମାନେ ପ୍ରମାଣ ମାଗିବା ପରିବର୍ତ୍ତେ ସହିଦଙ୍କର ପରିବାରଙ୍କୁ ସାହାର୍ଯ୍ୟ ପାଇଁ ଆଗକୁ ଆସିବା ଦରକାର, ଯାହା ଦ୍ଵାରା ସେମାନେ ଏହି ଦେଶରେ ନିଜକୁ ଏକୁଟିଆ ନ ଭାବନ୍ତୁ ।

ଏୟାର ଷ୍ଟ୍ରାଇକ ଉପରେ ଉଠୁଛି ପ୍ରଶ୍ନ

ଏଥର ଏୟାର ଷ୍ଟ୍ରାଇକ ହୋଇଛି କି ନାହିଁ, ଏହା ଉପରେ ପ୍ରଶ୍ନ ଉଠୁ ନାହିଁ, ବିପକ୍ଷମାନେ ଏୟାର ଷ୍ଟ୍ରାଇକରେ ମୁର୍ତ୍ୟୁ ବରଣ କରିଥିବା ଆତଙ୍କିଙ୍କର ସଂଖ୍ୟାକୁ ନେଇ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । ଏହାକୁ ନେଇ ଦେଶରେ ରାଜନୀତି ଚାଲିଛି । ଏମିତିରେ ସେନା ବି ନିଜର ପକ୍ଷ ରଖି କହି ସାରିଛି କି, ଆମର କାମ ଟାର୍ଗେଟ ପୁରା କରିବାର ଥିଲା, ଯାହାକୁ ଆମେ କରିଛୁ , ଏମିତିରେ ଶବ ଗଣିବା ଆମର କାମ ନୁହେଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button