କ୍ରିତିକା ଦେଲେ ଖୁସି ଖବର, ଅରମାନ ୫ମ ଥର ବାପା ହେବାକୁ ଯାଉଛନ୍ତି – Ibnodisha

[ad_1]
ନୂଆଦିଲ୍ଲୀ: ପ୍ରସିଦ୍ଧ ୟୁଟ୍ୟୁବର୍ ଅରମାନ ମଲିକ ପୁଣିଥରେ ବାପା ହେବାକୁ ଯାଉଥିବା କଥା ଚର୍ଚ୍ଚାକୁ ଆସିଛି। କାରଣ ନିକଟରେ ତାଙ୍କର ଦ୍ବିତୀୟ ସ୍ତ୍ରୀ ଅର୍ଥାତ କ୍ରିତିକାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜ ମୁହଁରେ ଅନ୍ତସତ୍ତ୍ବା ଥିବା କଥା ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ବୁଲିବୁଲି କହୁଥିବା ଶୁଣିବାକୁ ମିଳୁଛି। କ୍ରିତିକାଙ୍କ ଏହି ଭିଡିଓ ଭାଇରାଲ ହୋଇଯାଇଛି।
ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି କି, କ୍ରିତିକା ପ୍ରଥମେ ଖୁସିର ସହ ଅରମାନକୁ ପୁଣିଥରେ ମା’ ହେବାର ଖୁସି ଖବର ସମ୍ପର୍କରେ ଜଣାଇଥିଲେ । ଏହାପରେ ଘରେ ବୁଲିବୁଲି ସମସ୍ତଙ୍କୁ ଏହାର ସୂଚନା ଦେଇଥିଲେ । ସମସ୍ତେ କ୍ରିତିକାଙ୍କ ଠାରୁ ଏଭଳି ଖବର ପାଇ ଖୁସି ହୋଇଯାଇଥିଲେ।
ଶେଷରେ କ୍ରିତିକା ପାୟଙ୍କୁ ଗର୍ଭଧାରଣ ବିଷୟରେ ଜଣାଇଥିଲେ। ପାୟଲ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଥମେ ତାଙ୍କୁ କାହିଁକି କହିଲେ ନାହିଁ ସେଥିପାଇଁ ଗାଳି ବି କରିଥିଲେ।
କ୍ରିତିକାଙ୍କ ଏହି ଗର୍ଭଧାରଣ ପରେ ଅରମାନ ବର୍ତ୍ତମାନ ପଞ୍ଚମ ସନ୍ତାନର ପିତା ହେବାକୁ ଯାଉଛନ୍ତି । ପୂର୍ବରୁ ପ୍ରଥମ ସ୍ତ୍ରୀ ପାୟଲ ଓ ଆରମାନଙ୍କ ତିନିଟି ସନ୍ତାନ ଅଛନ୍ତି। ଏଥିସହିତ ଆରମାନ ଓ ଦ୍ବିତୀୟ ସ୍ତ୍ରୀ କ୍ରିତିକାଙ୍କ ମଧ୍ୟ ନିକଟରେ ଏକ ପୁତ୍ର ସନ୍ତାନ ହୋଇଥିଲା। ନିକଟରେ ଅରମାନ ୪ସନ୍ତାନର ବାପା ହୋଇଥିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅରମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ମା’ ଓ ଶୁଶୁଙ୍କ ଉପଯୁକ୍ତ ଯତ୍ନ ନେବାପାଇଁ ପ୍ରତିକ୍ରିୟା ଦେଇଛନ୍ତି। ଆଉ କିଛି ଲୋକେ ଅରମାନ ଓ ତାଙ୍କ ଦ୍ବିତୀୟ ସ୍ତ୍ରୀ କ୍ରିତିକାଙ୍କୁ ନେଇ ଟ୍ରୋଲ ମଧ୍ୟ କରିଛନ୍ତି।
[ad_2]



