ଦେଶ

ପ୍ରେମିକ ସହ ଫେରାର ହେଲା ୩ସନ୍ତାନର ମା’…. – Ibnodisha

[ad_1]

ଲକ୍ଷ୍ନୌ: ପ୍ରେମିକ ସହ ଫେରାର ହେଲା ୩ସନ୍ତାନଙ୍କ ମା’। ଉତ୍ତରପ୍ରଦେଶର ଆଜମଗଡରେ ଘଟିଛି ଏଭଳି ଘଟଣା। ତିନି ସନ୍ତାନଙ୍କ ମା’ ନିଜ ପ୍ରେମିକ ସହିତ ଘରୁ ଫେରାର ‌ହୋଇଥିବାର ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପତ୍ନୀ ଘର ଛାଡ଼ି ଚାଲିଯିବା ପରେ ସ୍ୱାମୀ ନିଜ ନିରୀହ ପିଲାମାନଙ୍କ ସହିତ ହାତରେ ପୋଷ୍ଟର ଧରି ପତ୍ନୀଙ୍କୁ ଖୋଜିବାକୁ ଚେଷ୍ଟା କରୁଥିବା ଜଣାଯାଇଛି। ଘଟଣାଟି ମାସେ ତଳେ ଘଟିଥିଲେ ବି ଏପର୍ଯ୍ୟନ୍ତ ମହିଳାଙ୍କ ପତ୍ତା ମିଳିନାହିଁ। ପୁଲିସରେ ଅଭିଯୋଗ କରି ପୀଡିତ ସ୍ୱାମୀ ଅନିଲ ରାଜଭର କହିଛନ୍ତି ଯେ, ସେ ୯ବର୍ଷ ପୂର୍ବେ କାମ ପାଇଁ ଚଣ୍ଡିଗଡ଼ ଯାଇଥିବା ବେଳେ ପତ୍ନୀ ରୀନାଙ୍କୁ ଭେଟିଥିଲେ। ଏହା ପରେ ଦୁହେଁ ପ୍ରଥମେ ବନ୍ଧୁ ହୋଇଥିବା ବେଳେ ପରେ ପରସ୍ପରର ପ୍ରେମରେ ପଡ଼ିଥିଲେ। ‌

ପ୍ରେମ ହେବାରୁ ଅନିଲ, ରୀନାଙ୍କୁ ବିବାହ କରି ନିଜ ଗାଁକୁ ଆଣିଥିଲେ। ବିବାହ ପ‌ରେ ସବୁ କିଛି ଠିକ ଚାଲିଥିଲା। ପ୍ରଥମେ ଝିଅ ଜନ୍ମ ହେବା ସହ ପରେ ରୀନା ଯମଜ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଚାହୁଁ ଚାହୁଁ ୯ବର୍ଷ ବିତିଥିବା ବେଳେ ରୀନା ଅନ୍ୟ ଯୁବକଙ୍କ ସହ କଥା ହେବା ଆରମ୍ଭ କରିଦେଇଥିଲେ। ଅନିଲ ଘରେ ନଥିବା ‌ବେଳେ ସେ ଅନ୍ୟ ଯୁବକଙ୍କ ସହ କଥା ହେଉଥିଲେ। ଅଗଷ୍ଟ ୩ରେ ଶୌଚ ହେବାକୁ ଯାଉଛି କହି ଘରୁ ଚାଲି ଯାଇଥିଲେ ରୀନା। ମାସେ ହେଲାଣି ଅନିଲ ନିଜ ପତ୍ନୀଙ୍କୁ ଖୋଜିଥିଲେ ବି ତାଙ୍କ ପତ୍ତା ମିଳିପାରିନାହିଁ। ଅନିଲଙ୍କ କହିବା ମୁତାବକ, ରୀନା ପୂର୍ବରୁ ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ। ସେ ଜଣକ ସହ ଅଧିକ ସମୟ ରହିପାରନ୍ତି ନାହିଁ। ‌କେବଳ ମୋ ସହ ସେ ୯ବର୍ଷ ରହିଥି‌ଲେ । ହେଲେ ଏବେ ସେ ମୋତେ ବି ଛାଡ଼ି ଚାଲିଯାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button