ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତର ସମର୍ଥନ; ବିରୋଧ କଲା ଆମେରିକା – Ibnodisha

[ad_1]
ନୂଆଦିଲ୍ଲୀ: ଦୁଇ ମାସ ହେଲାଣି ଇସ୍ରାଏଲ ଓ ହମାସ୍ ମଧ୍ୟରେ ଜାରି ରହିଛି ଲଢେଇ । ହମାସ୍କୁ ମୁହଁତୋଡ ଜବାବ ଦେବାକୁ ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଇଲ ସେନା । ଯାହାଫଳରେ ଗାଜାରେ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଂଘାତିକ ମାବନୀୟ ସଙ୍କଟ ସୃଷ୍ଟି ହୋଇଛି । ତେଣୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ମଙ୍ଗଳବାର ଜାତିସଂଘ ମହାସଭାରେ (ଟଘଏଇ) ଏକ ଚିଠା ପ୍ରସ୍ତାବ ଆସିଥିଲା । ଏଥିରେ ଗାଜାରେ ଅସ୍ତ୍ରବିରତି ସହିତ ବନ୍ଧକମାନଙ୍କ ନିଃସର୍ତ୍ତ ମୁକ୍ତି ପାଇଁ ଦାବି କରାଯାଇଥିଲା । ଏହି ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ୍ ଦେଇଛି । ଯେତେବେଳେ କି ଆମେରିକା ଅସ୍ତ୍ରବିରତି ବିପକ୍ଷରେ ମତଦାନ କରିଥିଲା । ମଙ୍ଗଳବାର ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ମହାସଭାର ଏକ ଜରୁରୀକାଳୀନ ସ୍ୱତନ୍ତ୍ର ଅଧିବେଶନରେ ଗାଜାରେ ଅସ୍ତ୍ରବିରତି ନେଇ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ଅଲଜିରିୟା, ବାହାରିନ, ଇରାକ, କୁୱେତ୍, ଓମାନ, କତାର, ସାଉଦି ଆରବ, ୟୁଏଇ, ପାଲେଷ୍ଟାଇନ୍ ଭଳି କେତେକ ଦେଶ ଗାଜାରେ ତୁରନ୍ତ ମାନବୀୟ ଅସ୍ତ୍ରବିରତି ଓ ବନ୍ଧକମାନଙ୍କ ନିଃସର୍ତ୍ତ ମୁକ୍ତି ଦାବି କରି ଉକ୍ତ ପ୍ରସ୍ତାବ ଆଣିଥିଲେ ।
୧୯୩ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଭାରତ, ଫ୍ରାନ୍ସ, ଚୀନ ସମେତ ୧୫୩ଟି ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ଆମେରିକା, ଅଷ୍ଟ୍ରିଆ, ଇସ୍ରାଏଲ, ପପୁଆ ନିଉ ଗିନି ଆଦି ୧୦ଟି ଦେଶ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ସେହିପରି ୟୁକ୍ରେନ, ଜର୍ମାନୀ, ଆର୍ଜେଣ୍ଟିନା ଆଦି ୨୩ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ । ତେବେ ଉକ୍ତ ପ୍ରସ୍ତାବରେ କେଉଁଠି ବି ହମାସ୍ ନାଁ ଉଲ୍ଲେଖ କରାଯାଇନଥିଲା । ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା କୋମ୍ବୋଜ କହିଛନ୍ତି, ”ଗାଜାରେ ଉତ୍କଟ ମାନବୀୟ ସଙ୍କଟ ସୃଷ୍ଟି ହେବା ସହିତ ବହୁସଂଖ୍ୟକ ଜୀବନ ହାନି ଘଟୁଛି । ଜାତିସଂଘ ମହାସଭାରେ ଆସିଥିବା ଅସ୍ତ୍ରବିରତି ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ୍ ଦେଇଛି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆତଙ୍କୀ ଆକ୍ରମଣ କରାଯାଇ ଏହାର ନାଗରିକମାନଙ୍କୁ ପଣବନ୍ଦୀ କରି ନିଆଯାଇଥିଲା । ଏହାପରଠୁ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ବହୁସଂଖ୍ୟାରେ ନାଗରିକ ବିଶେଷକରି ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ହେଉଛି । ସେଠାରେ ସବୁ ପରିସ୍ଥିତିରେ ଅନ୍ତର୍ଜାତୀୟ ମାନବୀୟ ଆଇନ ପାଳନ ହେବା ଆବଶ୍ୟକ । ଏହି ବିବାଦର ସମାଧାନ ପାଇଁ ଦୁଇ ରାଷ୍ଟ୍ରୀୟ ଶାନ୍ତି ଏବଂ ଦୀର୍ଘସ୍ଥାୟୀ ସମାଧାନ ନିମନ୍ତେ ପ୍ରୟାସ କରାଯାଉଛି ।
[ad_2]




