ଦେଶ

ସନ୍ଦେହ ଉଜାଡ଼ି ଦେଲା ସୁନାର ସଂସାର – Ibnodisha

[ad_1]

ଲକ୍ଷ୍ନୌ: ସନ୍ଦେହ ଉଜାଡ଼ି ଦେଲା ସୁନାର ସଂସାର । ପର ପୁରୁଷ ସହ ପତ୍ନୀଙ୍କ ସମ୍ପର୍କ ଥିବା ସନ୍ଦେହ କରି ଜଘନ୍ୟକାଣ୍ଡ ଘଟାଇଛି ସ୍ୱାମୀ । ଅଟୋ ଡ୍ରାଇଭର ଭାବେ କାମ କରୁଥିବା ୪୦ ବର୍ଷୀୟ ଆୟୁବ ତା’ ପତ୍ନୀଙ୍କୁ ଗୋଟିଏ ବେଲଚାରେ ପିଟି ହତ୍ୟା କରିଛି । ଏହାପରେ ତାଙ୍କ ବେକକୁ ବାରମ୍ବାର ଧାରୁଆ ଅସ୍ତ୍ରରେ କାଟି ପକାଇଛି । ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ଲୋନି ଠାରେ ଏପରି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଥିବା ଆୟୁବ ତା’ର ୪ ଜଣ ପିଲାଙ୍କୁ ମଧ୍ୟ ପ୍ରବଳ ପିଟିଛି ।

ସେମାନେ ନିଜ ମା’ଙ୍କୁ ଆୟୁବଙ୍କ କବଳରୁ ରକ୍ଷା କରିବାକୁ ଚେଷ୍ଟା କରି ମାଡ଼ ଖାଇଛନ୍ତି । ଦମ୍ପତିଙ୍କ ୫ମ ସନ୍ତାନ ଅର୍ମା(୧୯) ଘଟଣା ବେଳେ ଘରେ ନଥିଲେ । ଘଟଣା ପରେ ଆୟୁବ ଫେରାର ହୋଇ ଯାଇଥିଲା । ଲୋନି ଏସିପି ସୂର୍ଯ୍ୟବଳୀ ମୌର୍ଯ୍ୟ କହିଛନ୍ତି, ପୋଲିସକୁ ହତ୍ୟା ସମ୍ପର୍କରେ ରବିବାର ପ୍ରାୟ ୧୦ଟାରେ ଖବର ମିଳିଥିଲା । ସେମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ପହଞ୍ଚିଲା ବେଳକୁ ୩୬ ବର୍ଷୀୟ ଫରଜାନା ପୂରା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ରହିଛନ୍ତି । ତାଙ୍କର ୪ ଜଣ ପିଲା ମଧ୍ୟ ଆକ୍ରମଣରେ ଆହତ ହୋଇ ସେଠାରେ ରହିଥିଲେ । ଆୟୁବ ଅଟୋ ଚଳାଇବା ସହ ସହରରେ ଶ୍ରମିକ ଭାବେ ମଧ୍ୟ କାମ କରେ । ବିଗତ ୩ ଦିନ ହେଲା ଆୟୁବ ଓ ଫରଜାନାଙ୍କ ମଧ୍ୟରେ ବିବାଦ ଚାଲିଥିଲା ।

ଏଥିପାଇଁ ଘର ଭିତରେ ଦୈନିକ ଝଗଡ଼ା ଚାଲିଥିଲା । ଶନିବାର ରାତିରେ ଆୟୁବ ପ୍ରବଳ ମଦ ପିଇ ଘରକୁ ଆସିଥିଲା । ଏହାପରେ ସିଲେଇ କରୁଥିବା ଫରଜାନାଙ୍କ ସହ ଝଗଡ଼ା କରିଥିଲା । ଫରଜାନାଙ୍କ ସମ୍ପର୍କ ଜଣେ ପୁରୁଷଙ୍କ ସହ ଥିବା ସନ୍ଦେହ କରି ଆୟୁବ ତାଙ୍କୁ ମନଇଚ୍ଛା ଗାଳି କରି ଚାଲିଥିଲା । ଏହି ଯୁକ୍ତିତର୍କରେ ଆୟୁବ ଏତେ ରାଗି ଯାଇଥିଲା ଯେ ସେ ଫରଜାନାଙ୍କୁ ମାଡ଼ ମାରିଥିଲା । ଏହାକୁ ଦେଖି ଘରେ ଉପସ୍ଥିତ ଥିବା ୪ ପିଲା ଏହାକୁ ବିରୋଧ କରିଥିଲେ । କିନ୍ତୁ ଆୟୁବ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲା । ଏହାପରେ ସେ ଗୋଟିଏ ବେଲଚା ଆଣି ଫରଜାନାଙ୍କୁ ମାଡ଼ ମାରିଥିଲା । ଏଥିଯୋଗୁ ସେ ତଳେ ପଡ଼ି ଯାଇଥିଲେ । କିନ୍ତୁ ଏତିକିରେ ଆୟୁବର ମନ ଭରି ନଥିଲା । ଫରଜାନା ନିସ୍ତେଜ ଅବସ୍ଥାରେ ପଡ଼ି ରହିଥିବା ବେଳେ ଆୟୁବ ତାଙ୍କ ବେକକୁ ବାରମ୍ବାର କାଟି ପକାଇଥିଲା । ଫରଜାନା ମରି ଯିବାରୁ ଆୟୁବ ମୋବାଇଲ ସୁଇଜ ଅଫ କରି ଫେରାର ହୋଇଯାଇଥିବା ଏସିପି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button